ବାଲିଗୁଡ଼ା(ଅଜିତ ନାୟକ): ସିଆରପିଏଫ ଯବାନ ପୋଷାକ ପିନ୍ଧି ନକଲି ବନ୍ଧୁକ ଦେଖାଇ ଲୁଟୁତରାଜ ଚଳାଇଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ପୁଲିସ୍। ଗ୍ୟାଙ୍ଗର ୯ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ଟି ମୋବାଇଲ, ଗୋଟିଏ ବାଇକ, ନଗଦ ୧୨ ହଜାର ଟଙ୍କା, ଗୋଟିଏ ନକଲି ବନ୍ଧୁକ, ୨ ସିଆରପିଏଫ ଯବାନଙ୍କ ପୋଷାକ ଓ ମାରଣାସ୍ତ୍ର ଜବତ କରିଛି ।
ସୂଚନାଯୋଗ୍ୟ, କୋଟଗଡ ନିକଟ ମାଦାଗୁଡା ନିକଟରେ ଗତ କିଛି ଦିନ ଧରି ରାତି ଅଧରେ ବାଇକ୍ ଆରୋହୀ ଓ ଟ୍ରକ ଡ୍ରାଇଭରଙ୍କୁ ଟାର୍ଗେଟ କରି ଲୁଟୁଥିଲେ ଏହି ଗ୍ୟାଙ୍ଗ ସଦସ୍ୟ । ଏହାପରେ ଏହି ଗ୍ୟାଙ୍ଗକୁ ଧରିବାକୁ ତୁମୁଡିବନ୍ଧ ପୁଲିସ୍ ଜାଲ ବିଛାଇଥିଲା। ଗତ ସୋମବାର ରାତିରେ ମାଦାଗୁଡା ନିକଟରେ ଲୁଟ୍ କରିବାକୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଛିଡ଼ା ହୋଇଥିବା ବେଳେ ପୁଲିସ୍ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ସବୁ ଗ୍ୟାଙ୍ଗର ସମସ୍ତ ସଦସ୍ୟ ତୁମୁଡିବନ୍ଧର ବୋଲି ପୁଲିସ୍ କହିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଲା ଡ୍ରୋନ୍, ଦେଖନ୍ତୁ ଭିଡିଓ
ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍ ଉଡ଼ାଇବାକୁ କିଏ ଅନୁମତି ଦେଲା ଏବଂ କିପରି ଏହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Crime
ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼; ଆସିଲା ହତ୍ୟା ଅଭିଯୋଗ, ଥରେ ନୁହେଁ କାରକୁ ୩ ଥର ପିଟିଥିଲା ହାଇୱା
ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଛି।
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Miscellaneous
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା।
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।