Advertisment

୯ ମାସ ଧରି ଗର୍ଭବତୀର ନାଟକ

ପୂର୍ବରୁ ବିବାହ କରିଥିଲେ ଓ ଦୁଇଟି ଛୁଆର ମାଆ ବି ହୋଇଥିଲେ ..ପିଲା ଜନ୍ମ ପରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବି କଲେ କିନ୍ତୁ ସ୍ୱାମୀ ଛାଡ଼ିଦେବା ପରେ ଦ୍ଵିତୀୟ ବିବାହ କଲେ ଆଉ ଦ୍ଵିତୀୟ ସ୍ୱାମୀଙ୍କୁ ଫ୍ୟାମିଲି ପ୍ଲାନିଂ କଥା ନକହି ୯ ମାସ ଧରି କରିଚାଲିଥିଲେ ଗର୍ଭବତୀ ହେବାର ଅଭିନୟ ଶେଷରେ କହିଲେ ପିଲା ଚୋରି ହୋଇଗଲା

author-image
Manoj Swain

ସ୍ୱାମୀ ଆଗରେ ଗର୍ଭବତୀର ନାଟକ କରୁଥିଲା ମହିଳା! ମେଡିକାଲ୍‌ ବେଡ୍‌ରେ ମଧ୍ୟ ଭଲ ଅଭିନୟ କରିଥିଲା। ହେଲେ ଶେଷ ପର୍ଯ୍ୟାୟରେ ସବୁ ଗୁମର ଖୋଲିଗଲା। ଆଉ ସର୍ବ ସମ୍ମୁଖରେ ଧରାପଡ଼ିଗଲା। ଗିରଫ ହେବା ଭୟରେ ମେଡିକାଲ୍‌ ଛାଡ଼ି ପଳାଇଗଲା। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ଅଭିନୟ କରୁଥିବା ମହିଳା ଜଣକ ହେଲେ ମିଲି(ଛଦ୍ମନାମ)।

Advertisment
Malkangiri