Advertisment

ଘର ଆଗରୁ ଶିଶୁକୁ ଟେକି ନେଇଥିଲେ ଦୁର୍ବୃତ୍ତ, ୫ ଘଣ୍ଟା ପରେ ଉଦ୍ଧାର

ବରଗଡ଼(ଦୀପକ ଶର୍ମା): ‘ପୁଅକୁ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଦିଅ ।’ ଏପରି ଏକ ଚିଠି ଘର ଆଗରେ ପକାଇ ୯ ବର୍ଷର ଶିଶୁପୁତ୍ରକୁ ଅପହରଣ କରିନେଇଥିଲେ ୨ ଦୁର୍ବୃତ୍ତ । ହେଲେ ପୁଲିସ୍‌ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଅପହରଣର ୫ ଘଣ୍ଟା ପରେ ଶିଶୁକୁ ଛାଡ଼ି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଗତକାଲି  ବରଗଡ଼ ଟାଉନ ଥାନା ଅଞ୍ଚଳରେ ହୋଇଥିଲା। ଅପହୃତ ଶିଶୁଟି ବରଗଡ଼ […]

author-image
Niharika Rout
ଅଦ୍ୟତନ ହୋଇଛି
ଘର ଆଗରୁ ଶିଶୁକୁ ଟେକି ନେଇଥିଲେ ଦୁର୍ବୃତ୍ତ, ୫ ଘଣ୍ଟା ପରେ ଉଦ୍ଧାର

child

ବରଗଡ଼(ଦୀପକ ଶର୍ମା): ‘ପୁଅକୁ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଦିଅ ।’ ଏପରି ଏକ ଚିଠି ଘର ଆଗରେ ପକାଇ ୯ ବର୍ଷର ଶିଶୁପୁତ୍ରକୁ ଅପହରଣ କରିନେଇଥିଲେ ୨ ଦୁର୍ବୃତ୍ତ । ହେଲେ ପୁଲିସ୍‌ର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଅପହରଣର ୫ ଘଣ୍ଟା ପରେ ଶିଶୁକୁ ଛାଡ଼ି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏପରି ଅଭାବନୀୟ ଘଟଣା ଗତକାଲି  ବରଗଡ଼ ଟାଉନ ଥାନା ଅଞ୍ଚଳରେ ହୋଇଥିଲା। ଅପହୃତ ଶିଶୁଟି ବରଗଡ଼ ଏସିସି ସିମେଣ୍ଟ କାରଖାନା ର CSR ମୁଖ୍ୟ ଜମିଲ ଅକ୍ତର ଖାନଙ୍କ ପୁଅ ମହମ୍ମଦ ମୋଜମ ବୋଲି ଜଣାପଡ଼ିଛି।

Advertisment

ବରଗଡ଼ ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ମହମ୍ମଦ ମୋଜମ ନିଜ ଘର ସମ୍ମୁଖରେ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ୨ ଦୁର୍ବୃତ୍ତ ଆସି ତାଙ୍କୁ ଉଠାଇ ନେଇଥିଲେ। ଏହା ଦେଖି ମହମ୍ମଦଙ୍କ ସାଙ୍ଗମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ।

ଦୁର୍ବୃତ୍ତମାନେ ଇଂରାଜୀରେ ଏକ ଚିଠି ଲେଖି ଘର ନିକଟ କାର୍ ଗ୍ୟାରେଜ୍ ସମ୍ମୁଖରେ ଛାଡି ଯାଇଥିଲେ । ଯେଉଁଥିରେ ପୁଅକୁ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଦେବାକୁ  ଲେଖାଥିଲା ।

Advertisment

ବରଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ  ଅତିରିକ୍ତ ଏସ୍‌ପି,  ଏସ୍‌ଡିପିଓ  ଓ ଟାଉନ ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏପରିକି  ପୁଲିସ୍‌ ତରଫରୁ ସହରକୁ ସମ୍ପୂର୍ଣ୍ଣ ନାକାବନ୍ଦୀ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରାଗଲା। ଏଥିସହ ସ୍କାର୍ଡ ପାର୍ଟି ଗଠନ କରାଯାଇ ବିଭିନ୍ନ ଜଙ୍ଗଲ, ଢାବା ଆଜି ଜାଗାରେ ଚଢ଼ାଉ ଆରମ୍ଭ କରାଗଲା।

ଏହାପରେ ଅପହରଣର ୫ ଘଣ୍ଟା ପରେ ରାତି ପ୍ରୟ ୧୧ଟା ପରେ ଅପହରଣକାରୀ ଶିଶୁଟିକୁ ନିକଟସ୍ଥ ଏକ ଜଙ୍ଗଲ ନିକଟରେ ଛାଡ଼ି ଫେରାର ହୋଇ ଯାଇଥିଲେ। ସେଠାରୁ ଶିଶୁଟି ଏକୁଟିଆ ଚାଲି ଚାଲି ଆସୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମଦମ୍ମଦଙ୍କୁ ଆଣି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଶିଶୁଟି ଅତ୍ୟଧିକ ଭୟଭୀତ ହୋଇଯାଇଥିବାରୁ କିଛି କହିପାରୁ ନ ଥିବାରୁ ପୁଲିସ୍‌କୁ ଅଧିକ ତଥ୍ୟ ମିଳିପାରିନି।

ପୂର୍ବରୁ କାହା ସହ କିଛି ଶତ୍ରୁତା ନ ଥିବା ବେଳେ ପୁଅକୁ କିଏ ଓ କ’ଣ ପାଇଁ ଅପହରଣ କଲା ସେ ନେଇ କିଛି ଜାଣି ନ ଥିବା ଶିଶୁଟିର ବାପାମା’ କହିଛନ୍ତି। ତେବେ ପୁଅକୁ ଫେରିପାଇ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି।

ବିଭିନ୍ନ ଛକରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି ଏବଂ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି । ତେବେ ଶିଶୁ ଅପହୃତ ଘଟଣାରେ କିଏ ସମ୍ପୃକ୍ତ ରହିଛି ତାହାର ଅତିଶୀଘ୍ର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ବରଗଡ଼ ଅତିରିକ୍ତ ଏସ୍‌ପି ।

Kidnap Crime Story