Advertisment

‘ମୋତେ ଜୀବନରୁ ମାରିଦିଅ... ନହେଲେ ଡାକ୍ତରଙ୍କ ନିକଟକୁ ନେଇଯାଅ...’

ଉମରକୋଟ(କାର୍ତ୍ତିକ ମଲ୍ଲିକ): ବାପା-ମାଆଙ୍କ ପାଖରେ ଅଳି କରୁଥିବା ଓ ରୁଷୁଥିବା କୁନିଝିଅ ଆଜି ଛାତି ଫଟାଇ କାନ୍ଦୁଛି। ଆଉ କହୁଛି ‘ମୋତେ ଜୀବନରୁ ମାରିଦିଅ, ନହେଲେ ଡାକ୍ତରଙ୍କ ନିକଟକୁ ନେଇଯାଅ।’। ନିଜ ଆଖି ଆଗରେ ଝିଅର ଅସହ୍ୟ ଯନ୍ତ୍ରଣା ଦେଖି ସହି ପାରୁନାହାନ୍ତି ବାପା-ମାଆ। ସେମାନେ ନିଜର ଆର୍ଥିକ ଦୁଃଖ ଯନ୍ତ୍ରଣାଶିକ୍ତ ଝିଅକୁ କହି ନପାରି ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି। ଆଉ ଝିଅ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏପରି ହୃଦୟ ବିଦାରକ ଖବର […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ମୋତେ ଜୀବନରୁ ମାରିଦିଅ... ନହେଲେ ଡାକ୍ତରଙ୍କ ନିକଟକୁ ନେଇଯାଅ...’

Umerkote

ଉମରକୋଟ(କାର୍ତ୍ତିକ ମଲ୍ଲିକ): ବାପା-ମାଆଙ୍କ ପାଖରେ ଅଳି କରୁଥିବା ଓ ରୁଷୁଥିବା କୁନିଝିଅ ଆଜି ଛାତି ଫଟାଇ କାନ୍ଦୁଛି। ଆଉ କହୁଛି ‘ମୋତେ ଜୀବନରୁ ମାରିଦିଅ, ନହେଲେ ଡାକ୍ତରଙ୍କ ନିକଟକୁ ନେଇଯାଅ।’। ନିଜ ଆଖି ଆଗରେ ଝିଅର ଅସହ୍ୟ ଯନ୍ତ୍ରଣା ଦେଖି ସହି ପାରୁନାହାନ୍ତି ବାପା-ମାଆ। ସେମାନେ ନିଜର ଆର୍ଥିକ ଦୁଃଖ ଯନ୍ତ୍ରଣାଶିକ୍ତ ଝିଅକୁ କହି ନପାରି ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି। ଆଉ ଝିଅ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏପରି ହୃଦୟ ବିଦାରକ ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରୁ।

Advertisment

ମାସେ ତଳେ ରାଇଘର ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡିବେଡା ପଞ୍ଚାୟତର ବାଲିଝର ଗାଁର ସୁନାଧର ଅଣ୍ଟିଙ୍କ ଝିଅ ମଞ୍ଜୁଳା ଘରଠାରୁ କିଛି ଦୂରରେ ସାନଭାଇ ସହ ଖେଳୁଥିଲା। ଖେଳିବା ସମୟରେ ସେଠାରେ ଥିବା ଗୋଟିଏ ହରଡ଼ ଗଛରେ ପକ୍ଷୀ ଧରିବା ପାଇଁ ଚଢି ଯାଇଥିଲା ମଞ୍ଜୁଳା। ପକ୍ଷୀଟି ଗଛ କୋରଡ଼ରେ ପଶି ଯାଇଥିବା ଭାବି ସେ ହାତ ପୂରାଇ ଦେଇଥିଲା। ହେଲେ ବିଷଧର ସାପ ଚୋଟର ଶିକାର ହୋଇଥିଲେ ମଞ୍ଜୁଳା।

ସାପର ଚୋଟ ଖାଇବା ପରେ ଅସହ୍ୟ ଯନ୍ତ୍ରଣା ପାଇଥିଲା ମଞ୍ଜୁଳା। ଝିଅର ଯନ୍ତ୍ରଣା ଦେଖି ମା’ ସୁହାମଣୀ ବିଲରେ କାମ କରୁଥିବା ସ୍ୱାମୀଙ୍କ ପାଖକୁ ଖବର ପଠାଇ ଥିଲେ। ଝିଅକୁ ସାପ ଦଂଶନ କରିଥିବା ଜାଣି ଘରେ ପହଞ୍ଚିଥିଲେ ବାପା ସୁନାଧର। ସଙ୍ଗେ ସଙ୍ଗେ ଝିଅକୁ ଧରି ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କରି ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।

Advertisment

ନବରଙ୍ଗପୁର ମେଡିକାଲରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ କୋରାପୁଟ ମେଡିକାଲକୁ ମଞ୍ଜୁଳାକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ସେଠାରେ ତିନିଦିନ ଚିକିତ୍ସା କରିଥିଲେ। କିନ୍ତୁ ମଞ୍ଜୁଳାର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ହେଲା ନାହିଁ। ପରେ ବ୍ରହ୍ମପୁର ମେଡିକାଲ୍‌କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ କଥା ଶୁଣି ସୁନାଧର କିଛି ଚିନ୍ତା କରି ପାରିଲେ ନାହିଁ। ପାଖରେ ପଇସା ନଥିବାରୁ ବ୍ରହ୍ମପୁର ମେଡିକାଲ୍‌ ନେବା ତାଙ୍କ ପାଇଁ ସମ୍ଭବ ପର ହେଲାନାହିଁ। ତେଣୁ ଯନ୍ତ୍ରଣାଶିକ୍ତ ଝିଅକୁ ଧରି ଘରକୁ ଫେରିଲେ ସୁନାଧର।

ବର୍ତ୍ତମାନ ମଞ୍ଜୁଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। କାନ୍ଧଠାରୁ ଆଙ୍ଗୁଳି ଯାଏଁ ହାତ ଶଢ଼ି ଯିବାକୁ ବସିଲାଣି। ଯନ୍ତ୍ରଣାରେ ଝିଅ ଚିତ୍କାର କରି କହୁଛି ‘ମୋତେ ଜୀବନରୁ ମାରିଦିଅ, ନହେଲେ ଡାକ୍ତରଙ୍କ ନିକଟକୁ ନେଇଯାଅ।’ ଅନ୍ୟପଟେ ଅର୍ଥ ଅଭାବ ଯୋଗୁ ଅସହାୟ ବାପା-ମା ଝିଅକୁ ମେଡିକାଲ୍‌ ନେଇପାରୁ ନାହାନ୍ତି। ଝିଅର ଯନ୍ତ୍ରଣା ଦେଖି ଦିନ ରାତି ଖାଲି କାନ୍ଦୁଛନ୍ତି।

ଅପରପକ୍ଷରେ ବିଷ ଧର ସାପଟିକୁ ଗାଁ ଲୋକେ ଉକ୍ତ ଗଛ କୋରଡରୁ ଧରିଛନ୍ତି। ଗଛ କୋରଡ଼ରୁ ଧରାପଡ଼ିଥିବା ସାପଟିକୁ ଦୀର୍ଘ ଏକ ମାସ ଧରି ଡବାରେ ରଖିଛନ୍ତି ପରିବାର ଲୋକ। ସାପଟି ଅଖିଆ ଅପିଆ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି। ଝିଅ ଭଲ ନହେବା ପର୍ଯ୍ୟନ୍ତ ସାପକୁ କିଛି ଖାଇବାକୁ ଦେବୁ ନାହିଁ ବୋଲି ପରିବାର ଲୋକ କହିଛନ୍ତି। ନିଜ ଗ୍ରାମକୁ ଯାତାୟତ ପାଇଁ ସଡ଼କ ସୁବିଧା ନଥିବାରୁ ବର୍ତ୍ତମାନ ମଞ୍ଜୁଳା ହଳଦୀ ପଞ୍ଚାୟତର ସୁଆବେଡା ଗାଁରେ ଅଜାଙ୍କ ଘରେ ରହୁଛି।

ଏ ନେଇ ସ୍ଥାନୀୟ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ସୂଚନା ଦେବା ପରେ ସେ ମଙ୍ଗଳବାର ମଞ୍ଜୁଳାଙ୍କ ପରିବାର ଲୋକଙ୍କଠାରୁ ପୂରା ଘଟଣା ସମ୍ପର୍କରେ ବୁଝିଛନ୍ତି। ଏପରିକି ସରକାରୀ ସ୍ତରରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Snake Bite