/odisha-reporter/media/post_attachments/uploads/2018/08/91-turtles-seized-and-two-arrested-for-smuggling.jpg)
91-turtles-seized-and-two-arrested-for-smuggling
ବାଲେଶ୍ୱର (ରଣଜିତ ପାକଳ): ଓଡ଼ିଶାରୁ ପଶ୍ଚିମବଙ୍ଗକୁ ନିୟମିତ କଇଁଛ ଚାଲାଣ ହେଉଥିବାର ପ୍ରମାଣ ଆଜି ମିଳିଛି। ଆର୍ପିଏଫ୍ ଓ ଚାନ୍ଦିପୁର ପୁଲିସ ମିଳିତ ଭାବେ ବାଲେଶ୍ୱର ଜିଲ୍ଲା ରାଜଘାଟ ରେଳ ଷ୍ଟେସନରେ ଚଢ଼ଉ କରି ୯୧ଟି କଇଁଛ ଉଦ୍ଧାର କରିଛନ୍ତି।
Advertisment
ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହି କଇଁଛ ମାର୍କୋଣାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର କାର୍ତ୍ତିକ ପାତ୍ର ଓ ବାଲେଶ୍ୱର ଜିଲ୍ଲା ଭୋଗରାଇ କଲେଇ ଗାଁର ରବୀନ୍ଦ୍ର ପ୍ରଧାନ।
Advertisment
ଆର୍ପିଏଫ୍ ଓ ପୁଲିସ କାର୍ତ୍ତିକ ୮୧ଟି ଏବଂ ରବୀନ୍ଦ୍ର ପାଖରୁ ୧୦ଟି କଇଁଛ ଉଦ୍ଧାର କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
