Advertisment

କରୋନାକୁ ହରାଇଲେ ୯୬ ବର୍ଷୀୟ ବୈଦ୍ୟନାଥ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ହରାଇଲେ ୯୬ ବର୍ଷୀୟ ବୃଦ୍ଧ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା। ଉଭୟ ଏକା ସଂଗେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଉକ୍ତ ବୟୋଜ୍ୟେଷ୍ଠ ଦମ୍ପତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଗଲା ବେଳେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ବୈଦ୍ୟନାଥ ଓ ଶକୁନ୍ତଳା। ଗତ ନଭେମ୍ୱର ୭ ତାରିଖରେ […]

କରୋନାକୁ ହରାଇଲେ ୯୬ ବର୍ଷୀୟ ବୈଦ୍ୟନାଥ ଓ ତାଙ୍କ ପତ୍ନୀ

sum

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ହରାଇଲେ ୯୬ ବର୍ଷୀୟ ବୃଦ୍ଧ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା। ଉଭୟ ଏକା ସଂଗେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଉକ୍ତ ବୟୋଜ୍ୟେଷ୍ଠ ଦମ୍ପତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ଗଲା ବେଳେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ବୈଦ୍ୟନାଥ ଓ ଶକୁନ୍ତଳା।

Advertisment

ଗତ ନଭେମ୍ୱର ୭ ତାରିଖରେ ମହାମାରୀ କରୋନାରେ ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮ ବର୍ଷୀୟା ଶକୁନ୍ତଳା ପରିଡା ସଂକ୍ରମିତ ହୋଇଥିଲେ। ପରେ ଉଭୟଙ୍କୁ ସମ‌ କୋଭିଡ ହସ୍ପିଟାଲ‍ରେ ଭର୍ତ୍ତି କରାଯାଇଥିଲା। ବୟସାଧିକ୍ୟ କାରଣରୁ ଉଭୟଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଭଳି ସମସ୍ୟା ରହିଥିଲା। କରୋନା ସଂକ୍ରମିତ ହେବା ପରେ ଜ୍ୱର ଓ କାଶ ମଧ୍ୟ ହେଉଥିଲା। ଚିକିତ୍ସା ଓ ଯତ୍ନ ପରେ ବୃଦ୍ଧ ଦମ୍ପତି ସୁସ୍ଥ ହୋଇ ଏକା ସଂଗରେ ଘରକୁ ଫେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe