Advertisment

‘କରୋନା ଟିକା ପାଇଁ ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକା ପାଇଁ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତିତ-“ରାଜ୍ୟରେ ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ସେଥିରୁ ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ […]

author-image
Manoranjan Sial
ଅଦ୍ୟତନ ହୋଇଛି
‘କରୋନା ଟିକା ପାଇଁ ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି’

corona-tika

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକା ପାଇଁ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

Advertisment

ସେ କହିଛନ୍ତିତ-“ରାଜ୍ୟରେ ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ସେଥିରୁ ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ ଲକ୍ଷ ୯୫ ହଜାର ୩୪୯ଜଣଙ୍କ ଡାଟା ମିଳିଛି। ମୋଟ ଉପରେ ୯୪% ସଂସ୍ଥା ଓ ୯୮% ବ୍ୟକ୍ତିଙ୍କ ଡାଟା ମିଳିଛି। ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ମାଗିଥିଲେ ରାଜ୍ୟ ସରକାର।”

କରୋନା ଟିକା ଆସିବାକୁ ଥିବାରୁ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଆଇଏମଏ, ଆୟୁଷ, ନର୍ସିଂ ଆସୋସିଏସନ, ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡିକାଲ ସଂଘ ସଭାପତିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଚିଠି ଲେଖାଯାଇଥିଲା।

Advertisment

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଏସିଏସ୍‌ ଚିଠି ଲେଖିଛନ୍ତି। ଚିଠିରେ ଅଙ୍ଗନବାଡି କର୍ମୀ, ହେଲ୍‌ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। (CVBMS) କରୋନା ଭ୍ୟାକ୍ସିନେସନ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମରେ ଡାଟା ଅପ୍‌ଲୋଡ୍‌ ପାଇଁ କୁହାଯାଇଥିଲା।

Corona Vaccine