lightening
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବଜ୍ରପାତରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଆହତଙ୍କୁ ବିଶ୍ରା ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ମହାଳୟା ଥିବାରୁ ସ୍କୁଲ ଛୁଟି ଥିଲା। ତେଣୁ ମସରି କୁଦର ଗାଁର ବିଶ୍ୱନାଥ ମୁଣ୍ଡା, ଜୁଆନ ମୁଣ୍ଡା ଓ ଅଜିତ ମୁଣ୍ଡା ଗାଈ ଚରାଇବାକୁ ଯାଇଥିଲେ। ଅପରାହ୍ନରେ ଗୋରୁ ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ବିଶ୍ୱନାଥଙ୍କ ମୃତ୍ୟୁ ଘଟିଥିଲା। ତେବେ ଜୁଆନ୍ ଓ ଅଜିତ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବିଶ୍ରା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଅଜିତ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ଜୁଅନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଆଇଜିଏଚ୍କୁ ସ୍ଥାନାନ୍ତରିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/lightening.jpg)