Advertisment

ପାରିବାରିକ କଳହର କରୁଣ ପରିଣତି; ଜୀବନ ହାରିଲେ ଯୁବକ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପାରିବାରିକ କଳହକୁ ନେଇ ଜଣେ ୨୪ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଙ୍କୁଡ଼ିଚିଡ଼ା ଗାଁରେ। ମୃତ ଯୁବକଙ୍କ ନାଁ ବିଜୁ ଦଳେଇ। ଦୁଇ ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କର ଗୋଟିଏ ବର୍ଷକର ଛୁଆ ଅଛି।  କିଛି ଦିନ ହେବ ବିଜୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ଗତକାଲି ବି ଉଭୟଙ୍କ ମଧ୍ୟରେ ଝଗଡ଼ା […]

author-image
Jyoshna Pradhan
ପାରିବାରିକ କଳହର କରୁଣ ପରିଣତି; ଜୀବନ ହାରିଲେ ଯୁବକ

dead-body

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ପାରିବାରିକ କଳହକୁ ନେଇ ଜଣେ ୨୪ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଙ୍କୁଡ଼ିଚିଡ଼ା ଗାଁରେ। ମୃତ ଯୁବକଙ୍କ ନାଁ ବିଜୁ ଦଳେଇ।

Advertisment

ଦୁଇ ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କର ଗୋଟିଏ ବର୍ଷକର ଛୁଆ ଅଛି।  କିଛି ଦିନ ହେବ ବିଜୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ଗତକାଲି ବି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ବିଳମ୍ୱିତ ରାତିରେ ବିଜୁ ତାଙ୍କ ଜମି ନିକଟରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଖୋଳତାଡ଼ ଆରମ୍ଭ କରିଛି।