Advertisment

ଦୁଇ ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ

ନୀଳଗିରି( ବିଶ୍ୱମ୍ୱର ଦାସ): ଆଜି ଚି଼ହ୍ନଟ ହୋଇଥିବା ସମୁଦାୟ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ  ଭଦ୍ରକ ଜିଲ୍ଲାର ୫ ଜଣ ଓ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ଅଛନ୍ତି। ଉକ୍ତ  ଶିଶୁ  କନ୍ୟାଟି  ନୀଳଗିରି ବରହମପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। Patient Details #Covid19 #Odisha Case No: […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଦୁଇ ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ

nilagiri

ନୀଳଗିରି( ବିଶ୍ୱମ୍ୱର ଦାସ): ଆଜି ଚି଼ହ୍ନଟ ହୋଇଥିବା ସମୁଦାୟ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ  ଭଦ୍ରକ ଜିଲ୍ଲାର ୫ ଜଣ ଓ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ଅଛନ୍ତି।
ଉକ୍ତ  ଶିଶୁ  କନ୍ୟାଟି  ନୀଳଗିରି ବରହମପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।

Advertisment

ଉପଜିଲ୍ଲାପାଳଙ୍କ  ନିକଟରୁ  ମିଳିଥିବା ସୂଚନା ଅନୁଯାୟୀ,  ୧୬ ତାରିଖରେ ଝିଅଟିର ସାମ୍ପଲ ନିଆଯାଇଥିଲା । ଆଜି ରିପୋର୍ଟ ପଜିଟିଭ ଆସିଛି। ଏବେ ସଂପୃକ୍ତ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି। ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ  ଜୋନ ଘୋଷଣା ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ସେ କହିଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ଜଣେ କରୋନା ରୋଗୀ ହେଲେ ୩୨ ବର୍ଷ ପୁରୁଷ।

Advertisment

ଆଜି ୭ ଜଣ ଚି଼ହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି।