ପାହାଡ଼ ଉପରୁ ଖସିଲା ଏକ ବଡ଼ ପଥର। ପଥର ଧକ୍କାରେ ରାସ୍ତାରେ ଯାଉଥିବା ବାଇକ ହେଲା ଚେପା। ଦୁଇ ସନ୍ଥ ହେଲେ ଆହତ। ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଶନିବାର ଘଟିଛି ଏହି ଘଟଣା।
କିଛି ଦିନ ହେଲାଣି ଏଠାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଆଜି ବଡ଼ ବଡ଼ ମେସିନରେ ଖୋଲାଖୋଳି କାର୍ଯ୍ୟ ଜାରି ରହିଥିବା ବେଳେ ପଥରରୁ ପାହାଡ଼ରୁ ଖସି ଜାତୀୟ ରାଜପଥ ଉପରେ ପଡ଼ିଥିଲା।
ସେହି ସମୟରେ ରାସ୍ତାରେ ଶହ ଶହ ଗାଡ଼ିମୋଟର ଚଳାଚଳ କରୁଥିବା ବେଳେ ପଥରଟି ଏକ ବାଇକକୁ ଧକ୍କା ଦେଇଥିଲା। ବାଇକ୍ଟି ଚେପା ହୋଇଯାଇଥିବା ବେଳେ ସେଥିରେ ଯାଉଥିବା ଦୁଇ ଜଣ ସନ୍ଥ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ଆହତ ହୋଇଛନ୍ତି। ଜଣଙ୍କ ପାଦଟି ଗଭୀର ଭାବେ କ୍ଷତାକ୍ତ ହୋଇଛି।
ଏହି ଦୁଇ ସନ୍ଥଙ୍କ ଘର ମହାରାଷ୍ଟରେ। ସେମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାସ୍ତାରେ ପଡ଼ିଥିବା ବିରାଟକାୟ ପଥର ଖଣ୍ଡକୁ କ୍ରେନ୍ ଯୋଗେ ହଟାଯିବା ପରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/14/stone-2026-02-14-19-43-59.jpg)