Advertisment

Bike Loot: ପାର୍କରେ ପ୍ରେମିକା ସହିତ ବସିଥିବା ବେଳେ ବାଇକ୍‌ ଚୋରକୁ ଧରିଲା ପୁଲିସ

ଗତ ୨୨ ତାରିଖ ରାତି ପ୍ରାୟ ୩ଟା ବେଳେ ସାଲିଆ ସାହିରେ ଏକ ଘରୁ ବାଇକ୍‌ଟିଏ ଚୋରି ହୋଇଥିଲା। ଘରର ତାଲା ଭାଙ୍ଗି ଗାଡ଼ିଟିକୁ ନେଇ ଯାଇଥିଲେ ଅଭିଯୁକ୍ତ ଯୁବକ।

Bike
Advertisment

ବାଇକ୍ ଚୋରି କରିବା ଅଭିଯୋଗରେ ମଙ୍ଗଳବାର ଜଣେ ଯୁବକଙ୍କୁ ଅଟକ ରଖିଛି ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ପୁଲିସ। ଇନ୍ଦିରା ଗାନ୍ଧୀ ପାର୍କରୁ ତାଙ୍କୁ ଧରିଥିଲା ପୁଲିସ। 

Advertisment

ଗତ ୨୨ ତାରିଖ ରାତି ପ୍ରାୟ ୩ଟା ବେଳେ ସାଲିଆ ସାହିରେ ଏକ ଘରୁ ବାଇକ୍‌ଟି ଚୋରି ହୋଇଥିଲା। ଘରର ତାଲା ଭାଙ୍ଗି ଗାଡ଼ିଟିକୁ ନେଇ ଯାଇଥିଲେ ଅଭିଯୁକ୍ତ ଯୁବକ।  

ଏନେଇ ବାଇକ୍‌ ମାଲିକ ମୈତ୍ରୀ ବିହାର ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। 

Advertisment

ବାଇକ୍‌ ଚୋରି କରିବା ପରେ ଗର୍ଲଫ୍ରେଣ୍ଡକୁ ପଛରେ ବସାଇ ଭୁବନେଶ୍ୱର ସାରା ତିନି ଦିନ ହେଲାଣି ଧୂମ୍ ବୁଲିଥିଲା ଅଭିଯୁକ୍ତ। ଆଜି ଇନ୍ଦିରା ଗାନ୍ଧୀ ପାର୍କରେ ଗର୍ଲଫ୍ରେଣ୍ଡ ସହିତ ବସିଥିବା ବେଳେ ପୁଲିସ୍‌ର ଏକ ଟିମ୍ ତାଙ୍କୁ ଧରିଥିଲେ।

ବାଇକ୍‌ ମାଲିକଙ୍କ କହିବା ଅନୁଯାୟୀ ଗାଡ଼ିର ଷ୍ଟିକରିଂକୁ ବଦଳାଇ ଦେଇଛନ୍ତି ଅଭିଯୁକ୍ତ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe