/odisha-reporter/media/post_attachments/uploads/2020/07/cuttack-66999.jpg)
cuttack
କଟକ (ଦେବାଶିଷ ମହାନ୍ତି): ଏକ ଡ୍ରେନ୍ ଚାମ୍ୱରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ କଟକ ମହାନଗର ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କଟକ ଜଗତପୁର ଥାନା ଅନ୍ତର୍ଗତ ଭୁବନପୁର ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଲକ୍ଷ୍ମୀଧର ପଣ୍ଡାଙ୍କ ଘର ସମ୍ମୁଖରେ ଏକ ଡ୍ରେନ୍ ଚାମ୍ୱର ଥିଲା। ହେଲେ ଗତ ୨୫ ତାରିଖ ଅପରାହ୍ଣ ସମୟରେ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ବିଜେଡି ନେତା ତାପସ ମହାନ୍ତି ଓ ତାଙ୍କର କିଛି ସମର୍ଥକ ଆସି ଚାମ୍ୱରକୁ ଭାଙ୍ଗରୁଜା କରୁଥିଲେ। ଏହି ସମୟରେ ଲକ୍ଷ୍ମୀଧ ଓ ତାଙ୍କ ପୁଅ ଉଠି ଘର ଗେଟ୍ ଖୋଲିବାରୁ ସେମାନେ ପାଟିତୁଣ୍ଡ କରିବା ସହ ଠେଲାପେଲା ଓ ଆକ୍ରମଣ କରିଥିଲେ। ଏନେଇ ଲକ୍ଷ୍ମୀଧର ଗତକାଲି ଥାନାରେ ଅଭିଯୋଗ କରିଥିଲେ।
ଏହି ଘଟଣାରେ ଜଗତପୁର ପୁଲିସ ତାପସଙ୍କ ସହ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ନେଇ ବିଜେଡି ନେତା ତାପସ ମହାନ୍ତିଙ୍କର ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
