Advertisment

ଦେଖି ପାରୁନାହାନ୍ତି, ହେଲେ ହୃଦୟ ଜିଣି ନେଉଛନ୍ତି

ପାରଲାଖେମୁଣ୍ଡି(ଆଦର୍ଶ ଦାସ): ଦୃଢ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ବାଟ ରୋକିପାରିବ ନାହିଁ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର କଟିକା ସାହିର ଦିବ୍ୟାଙ୍ଗ ନୃସିଂହନାଥ ପାଢୀଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ସେ ଦୃଷ୍ଟିହୀନ। ହେଲେ ସୁମଧୁର ସଂଗୀତ ସ୍ୱରରେ ସମସ୍ତଙ୍କ ହୃଦୟ ଜିଣି ନେଉଛନ୍ତି। ନିଜର ଅଧ୍ୟବସାୟ ବଳରେ ବିଭିନ୍ନ ଭାଷାରେ ଗାୟି ପାରନ୍ତି ସୁମଧୁର ସଂଗୀତ। ସଂଗୀତ ସହ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ସେ ସିଦ୍ଧହସ୍ତ। ସଂଗୀତ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଦେଖି ପାରୁନାହାନ୍ତି, ହେଲେ ହୃଦୟ ଜିଣି ନେଉଛନ୍ତି

teacher

ପାରଲାଖେମୁଣ୍ଡି(ଆଦର୍ଶ ଦାସ): ଦୃଢ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ବାଟ ରୋକିପାରିବ ନାହିଁ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର କଟିକା ସାହିର ଦିବ୍ୟାଙ୍ଗ ନୃସିଂହନାଥ ପାଢୀଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ସେ ଦୃଷ୍ଟିହୀନ। ହେଲେ ସୁମଧୁର ସଂଗୀତ ସ୍ୱରରେ ସମସ୍ତଙ୍କ ହୃଦୟ ଜିଣି ନେଉଛନ୍ତି। ନିଜର ଅଧ୍ୟବସାୟ ବଳରେ ବିଭିନ୍ନ ଭାଷାରେ ଗାୟି ପାରନ୍ତି ସୁମଧୁର ସଂଗୀତ। ସଂଗୀତ ସହ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ସେ ସିଦ୍ଧହସ୍ତ। ସଂଗୀତ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରି ଏବେ ଅନେକଙ୍କ ଗୁରୁ। ଆଗ୍ରହୀ ଯୁବପିଢ଼ିଙ୍କୁ ଦେଇ ଚାଲିଛନ୍ତି ସଂଗୀତ ରାଗ ରାଗିଣୀର ଶିକ୍ଷା। ତାଙ୍କ ଠାରୁ ଶିକ୍ଷା ନେଇ ଯୁବକ ଯୁବତୀମାନେ ପ୍ରଶଂସାରେ ଯେତିକି ସତମୁଖ, ଅଞ୍ଚଳବାସୀ ମଧ୍ୟ ନୃସିଂହଙ୍କ ଏଭଳି କୃତିତ୍ତ୍ୱ ନେଇ ସେତିକି ଗର୍ବିତ।

Advertisment

ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ନୃସିଂହ ବଡ ହେଲେ କ’ଣ କରିବେ ସେନେଇ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ହେଲେ ବୟସ ବଢିବା ସହ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ କଳାର ବିକାଶ ହୋଇଥିଲା। ସଂଗୀତ ପ୍ରତି ତାଙ୍କର ରୁଚି ଦେଖି ସଂଗୀତ ଶିକ୍ଷା ପାଇଁ ଅଭିଭାବକମାନେ ଉତ୍ସାହିତ କରିଥିଲେ। ଫଳରେ ସଂଗୀତ ଶିକ୍ଷା ଆଡ଼କୁ ଆଗେଇ ଯାଇଥିଲେ।

ଅଧିକାଂଶ ଭଜନ ଓ ଜଣାଣ ପରିବେଷଣ କାର୍ଯ୍ୟକ୍ରମରେ ତାଙ୍କର ସୁମଧୁର ସ୍ୱର ଶୁଣିବାକୁ ମିଳିଥାଏ। ଅନେକ ସଂଗୀତ ସେ ଲେଖିଛନ୍ତି ଓ ଏହାକୁ ଗାନ କରି ଲୋକଙ୍କ ମନ ମୋହିଛନ୍ତି। କେବଳ ସଂଗୀତ ନୁହେଁ ତବଲା ଏବଂ ହାରମୋନିୟମ ବଜାଇବାରେ ମଧ୍ୟ ଓସ୍ତାଦ୍। ଜନ୍ମରୁ ସେ ଦୃଷ୍ଟିହୀନ। ନିଜ ଆଖିରେ ସିନା ଦୁନିଆର ସୁନ୍ଦରତାକୁ ଦେଖିନାହାନ୍ତି, ହେଲେ ନିଜ କଣ୍ଠର ଯାଦୁରେ ଦୁନିଆର ସୁନ୍ଦରତାକୁ ପରିପ୍ରକାଶ କରିଚାଲିଛନ୍ତି। ଅନେକଙ୍କୁ ସଂଗୀତ ଶିକ୍ଷା ଦେଇ ଏହି କଳାର ଅଲୋକ ଦେଖାଇଛନ୍ତି। ସେ ଅବିବାହିତ। ନିଜ ଭାଇଙ୍କ ପାଖରେ ରୁହନ୍ତି। ହେଲେ ନିଜର ସମସ୍ତ କାମ ନିଜେ କରନ୍ତି।

Advertisment

ତାଙ୍କ ଠାରୁ ସଂଗୀତ ଓ ବାଦ୍ୟଯନ୍ତ୍ରୀ ଶିକ୍ଷା କରି ଅନେକ ପିଲା ରାଜ୍ୟ ତଥା ଜାତୀୟ ସ୍ତରର ବିଭନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳ ହେଲେଣି।

[caption id="attachment_774779" align="aligncenter" width="650"]publive-image ଦିବ୍ୟାଙ୍ଗ ନୃସିଂହନାଥ ପାଢୀ[/caption]

ତାଙ୍କ ଠାରୁ ସଂଗୀତ ଶିକ୍ଷା ନେଉଥିବା ମମତା ପାଢୀ ଓ କୁନାବାବୁ ହଳଧର କୁହନ୍ତି, ସାର୍ ଷ୍ଟେଜ୍‌ରେ ଭଲ ଗୀତ ଗାଉଥିବା ଦେଖିବା ପରେ ସେ ସଂଗୀତ ଶିକ୍ଷା ପ୍ରତି ମନ ବଳାଇଥିଲେ। ତାଙ୍କ ଠାରୁ ଦୀର୍ଘ ବର୍ଷ ହେବ ସଂଗୀତ ଶିକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ପରିବେଷଣ କରିବାରେ ସଫଳ ହୋଇପାରିଛନ୍ତି। ବିଭିନ୍ନ ସ୍ଥାନରେ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି। ଲକ୍‌ ଡାଉନ୍ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ସାର୍ ସଂଗୀତ ଓ ବାଦ୍ୟଯନ୍ତ୍ରୀ ଶିକ୍ଷା ଦେଇଛନ୍ତି। ଫଳରେ ବହୁ ଛାତ୍ରଛାତ୍ରୀ ଜୀବନରେ ସଫଳ ହୋଇଛନ୍ତି।