/odisha-reporter/media/post_attachments/uploads/2022/04/Untitled-1-36.jpg)
BBSR
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାରେ ଜଣେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟବସାୟୀ ଜଣଙ୍କ ଏୟାରଫିଲଡ୍ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ନାଁ ନିରଞ୍ଜନ ସାହୁ। ତାଙ୍କ ହାତ ଓ କାନ୍ଧରେ ଶକ୍ତ ଆଘାତ ଲାଗିଛି। ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ଠାରୁ ତାଙ୍କ ମୋବାଇଲ ନେଇଯାଇଛନ୍ତି, ହେଲେ ଟଙ୍କା ପଇସା ନେବାରେ ସକ୍ଷମ ହୋଇନାହାନ୍ତି।
ଅଭିଯୋଗ ଅନୁସାରେ, ନିରଞ୍ଜନଙ୍କର ସୁନ୍ଦରପଦାରେ ଦୋକାନ ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଖଣ୍ଡଗିର ହାଇଟେକ୍ କଲେଜ ନିକଟରେ ଥିବା ଘରକୁ ବାଇକ୍ରେ ଫେରୁଥିଲେ। ଏହି ସମୟରେ ସୁନ୍ଦରପଦା ନିକଟରେ ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ନିରଞ୍ଜନଙ୍କୁ ଟଙ୍କାପଇସା ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ନିରଞ୍ଜନ ଜୋରରେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ସେଠାରୁ ତାଙ୍କ ମୋବାଇଲ ନେଇ ଚମ୍ପଟ ମାରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
