Advertisment

ନୂଆପଡ଼ାରେ ବାଘ ଖାଇଲା ବାଛୁରୀ, କେନ୍ଦ୍ରାପଡ଼ାରେ ୨୭ ମେଣ୍ଢା ମାରିଲା ଅଜଣା ଜନ୍ତୁ

ନୂଆପଡା କୋମନା ରେଞ୍ଜରେ ଥମୁନି ବାଘ ଆତଙ୍କ। ବେଲରଦନା ଗାଁର ଏକ ଗୁହାଳରେ ପଶି କଲରାପତରିଆ ବାଘ ଏକ ବାଛୁରୀରୁ ମାରି ଖାଇଛି।

author-image
Niranjan Mishra
sheep killed in Kendrapara

sheep killed in Kendrapara

ନୂଆପଡ଼ାରେ ବାଘ ଖାଇଲା ବାଛୁରୀ, କେନ୍ଦ୍ରାପଡ଼ାରେ ୨୭ ମେଣ୍ଢା ମାରିଲା ଅଜଣା ଜନ୍ତୁ। ଏହାକୁ ନେଇ ଏହି ଦୁଇ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ।

Advertisment

ନୂଆପଡା କୋମନା ରେଞ୍ଜରେ ଥମୁନି ବାଘ ଆତଙ୍କ। ବେଲରଦନା ଗାଁର ଏକ ଗୁହାଳରେ ପଶି କଲରାପତରିଆ ବାଘ ଏକ ବାଛୁରୀରୁ ମାରି ଖାଇଛି। ଆଜି ଗୁହାଳ ପାଖରେ ମୃତ ବାଛୁରିକୁ ଦେଖିବା ପରେ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଗାଁ ପାଖରେ ବାଘର ପାଦଚିହ୍ନ ଚିହ୍ନଟ କରିଛନ୍ତି।

ଏହାପରେ ଗାଁରେ କୋକୁଆ ଭୟ। ପୂର୍ବରୁ ମଧ୍ୟ ନୂଆପଡ଼ା ରେଂଜ ଅଂଚଳରେ ଅନେକ ଗୋରୁଙ୍କୁ ମାରି ଖାଇଛି ବାଘ। ଆମାନାରା ଓ ଧରମବନ୍ଧା ସେକସନର ୫-୬ଟି ଗାଁରେ ବାଘ ଆତଙ୍କ ଜାରି ରହିଛି। ଏହି ଅଂଚଳରେ ୧୦ରୁ ଆଧିକ ଗାଇଙ୍କୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି। ବାଘ ଭୟରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।

Advertisment

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ ଗାଁ’ରେ ଅଜଣା ଜନ୍ତୁ ୨୭ ମେଣ୍ଢାଙ୍କୁ ମାରି ଦେଇଛି। ଯେତେବେଳେ କି ୭ ମେଣ୍ଢାଙ୍କୁ କାମୁଡ଼ି ଗୁରୁତର କରିଛି। କଳାଗଡ ଗାଁ’ର ମହନି ଦାସଙ୍କ ଗୁହାଳରେ ଗତ ବିଳମ୍ୱିତ ରାତିରେ ଅଜଣା ଜନ୍ତୁ ପଶି ଏହି ଅଘଟଣ ଘଟାଇଛି। କୁକୁର ଭଳି କିଛି ବନ୍ୟ ଜନ୍ତୁ ପଶି ଏହି ଘଟଣା ଘଟାଇଥିବା ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି।

ଏହି ଅଜଣା ଜନ୍ତୁ ମେଣ୍ଢାମାନଙ୍କ ବେକ ଓ ପେଟ କାମୁଡ଼ି ରକ୍ତାକ୍ତ କରି ଦେଇଛି। ଆଜି ସକାଳୁ ମେଣ୍ଢା ଗୁହାଳକୁ ଯିବା ପରେ ମହନି ଅଘଟଣ ବିଷୟରେ ଜାଣିଥିଲେ। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଓ ଆରଆଇ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଏହି ଘଟଣା ପରେ ମେଣ୍ଢା ଚାଷୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

Tiger Attack Sheep