Advertisment

ଗଛରେ ପିଟି ହେଲା କାର୍‌, ଡାକ୍ତରଙ୍କ ସମେତ ୩ ଜଣ ଥିଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗଛରେ କାର୍ ପିଟି ହେବାରୁ ଜଣେ ଡାକ୍ତରଙ୍କ ସେମତ ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଘଟିଛି ଦେଓଗାଁ ରାସ୍ତାର ନାଇକେନସିରା ନିକଟରେ। ତିନି ଆହତଙ୍କ ମଧ୍ୟରେ ଥିବା ଡାକ୍ତରଙ୍କ ନାଁ ଶଙ୍କର୍ଷଣ ସାହୁ। ତାଙ୍କ ଘର ବ୍ରହ୍ମପୁରରେ। ସେ ଭୁବନେଶ୍ୱରରେ କାମ କରନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଟିରେ ଡାକ୍ତର ସାହୁଙ୍କୁ ମିଶାଇ ମୋଟ ୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଭାଇ ଓ ଅନ୍ୟ ଜଣେ ତାଙ୍କ ସାଙ୍ଗ। ସେମାନେ […]

ଗଛରେ ପିଟି ହେଲା କାର୍‌, ଡାକ୍ତରଙ୍କ ସମେତ ୩ ଜଣ ଥିଲେ

Accident

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗଛରେ କାର୍ ପିଟି ହେବାରୁ ଜଣେ ଡାକ୍ତରଙ୍କ ସେମତ ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଘଟିଛି ଦେଓଗାଁ ରାସ୍ତାର ନାଇକେନସିରା ନିକଟରେ।

Advertisment

ତିନି ଆହତଙ୍କ ମଧ୍ୟରେ ଥିବା ଡାକ୍ତରଙ୍କ ନାଁ ଶଙ୍କର୍ଷଣ ସାହୁ। ତାଙ୍କ ଘର ବ୍ରହ୍ମପୁରରେ। ସେ ଭୁବନେଶ୍ୱରରେ କାମ କରନ୍ତି।

ଦୁର୍ଘଟଣାଗ୍ରସ୍ତ କାର୍‌ଟିରେ ଡାକ୍ତର ସାହୁଙ୍କୁ ମିଶାଇ ମୋଟ ୩ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଭାଇ ଓ ଅନ୍ୟ ଜଣେ ତାଙ୍କ ସାଙ୍ଗ। ସେମାନେ କୌଣସି କାମରେ ଭୁବନେଶ୍ୱରରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Advertisment

ଡାକ୍ତର ସାହୁଙ୍କ କହିବା ଅନୁଯାୟୀ, କାର୍‌ଟିକୁ ତାଙ୍କ ଭାଇ ଚଲାଉଥିଲେ। ହଠାତ୍ ଚକ ଫାଟି ଯିବାରୁ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ଜୋରରେ ପିଟି ହୋଇଯାଇଥିଲା।

ତିନି ଆହତଙ୍କ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe