Advertisment

ଏସ୍‌ସିବି ଏସ୍‌ଏନ୍‌ସିୟୁରୁ ପିଲା ଚୋରି!

କଟକ (ଓଡ଼ିଶା ରିପୋର୍ଟର): ପୁଣି ଥରେ ହୋଇଛି ପିଲା ଚୋରି। କଟକ SCBର SNCUରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଖୋଳତାଡ ଆରମ୍ଭ କରିଛନ୍ତି। ଏସ୍‌ଏନସିୟୁରେ ନିୟୋଜିତ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ସିସିଟିଭି ଯାଞ୍ଚ କରାଯାଉଛି। ତେବେ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଏସ୍‌ସିବି […]

author-image
Manoranjan Sial
ଅଦ୍ୟତନ ହୋଇଛି
ବେଡ୍ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡ଼ିଛି ମୃତଦେହ

SCB

କଟକ (ଓଡ଼ିଶା ରିପୋର୍ଟର): ପୁଣି ଥରେ ହୋଇଛି ପିଲା ଚୋରି। କଟକ SCBର SNCUରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଖୋଳତାଡ ଆରମ୍ଭ କରିଛନ୍ତି। ଏସ୍‌ଏନସିୟୁରେ ନିୟୋଜିତ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ସିସିଟିଭି ଯାଞ୍ଚ କରାଯାଉଛି। ତେବେ କେଉଁ ପରିସ୍ଥିତିରେ ପିଲା ଚୋରି ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଏସ୍‌ସିବି ପ୍ରସୂତି ବିଭାଗରେ ଯାଆଁଳା ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପ୍ରଥମ ଶିଶୁ କନ୍ୟାଟି ସୁସ୍ଥ ଥିବାରୁ ମାଆଙ୍କ ସହିତ ୱାର୍ଡରେ ରହିଥିଲେ। ତେବେ ଦ୍ୱିତୀୟ ଶିଶୁ କନ୍ୟା ଝଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବାରୁ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା।ସେଠାରେ ତାଙ୍କୁ ଜଗିଥିଲେ ପ୍ରସୂତିଙ୍କ ସମ୍ପର୍କୀୟା। ତେବେ ହଠାତ୍‌ ଶିଶୁକନ୍ୟା ନଥିବା ଦେଖିବାକୁ ପାଇଲେ ପ୍ରସୂତିଙ୍କ ସମ୍ପର୍କୀୟା। ପରେ କନ୍ଦାକଟା କରିଥିଲେ।

ଖବର ପ୍ରଚାରିତ ହେବା ପରେ କଥା ଯାଇ ପହଞ୍ଚିଥିଲା ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ। ପରେ ଘଟଣାର ଖୋଳତାଡ ଆରମ୍ଭ ହୋଇଛି।

Advertisment