Advertisment

Suicide: ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ସହି ନପାରି ଝୁଲିପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଆତ୍ମହତ୍ୟା କରିବା ପୂର୍ବରୁ ନିହାର ଏକ ଭିଡିଓ ଭାଇରାଲ କରିଛନ୍ତି। ଏଥିରେ ଆତ୍ମହତ୍ୟାର କାରଣ ଦର୍ଶାଇଛନ୍ତି। ଯାହାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି।

author-image
Jitendra Garnayak
death

ମୃତ କର୍ମଚାରୀ

ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ସକାଳେ ତାଙ୍କ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଜଣେ ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ କର୍ମଚାରୀଙ୍କ ନାଁ ନିହାର ମହାନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ସହରପୁର ଗାଁରେ। 

Advertisment

ଆତ୍ମହତ୍ୟା କରିବା ପୂର୍ବରୁ ନିହାର ଏକ ଭିଡିଓ ଭାଇରାଲ କରିଛନ୍ତି। ଏଥିରେ ଆତ୍ମହତ୍ୟାର କାରଣ ଦର୍ଶାଇଛନ୍ତି। ଯାହାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। କାର୍ଯ୍ୟାଳୟରେ ଜଣେ ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ସହି ନପାରି ସେ ଆତ୍ମହତ୍ୟା କରିଥିବାର ଏହି ଭିଡିଓରେ କହିଛନ୍ତି ନିହାର।

ସେ ଆଠ ବର୍ଷ ହେଲା ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କୁ ଉପରିସ୍ଥ ଅଧିକାରୀ ବାରମ୍ବାର ମାନସିକ ନିର୍ଯାତନା ଦେଉଥିବାରୁ ସେ କିଛି ଦିନ ହେବ ଚିନ୍ତାରେ ଥିଲେ ବୋଲି ତାଙ୍କ ସ୍ତ୍ରୀ ସୁମିତ୍ରା ମହାନ୍ତି ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ତାଙ୍କୁ ଓ ତାଙ୍କର ଦୁଇ ଛୁଆଙ୍କୁ ନ୍ୟାୟ ଦେବାକୁ ସେ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। 

Advertisment

ସୁମିତ୍ରାଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ନିତ୍ୟ କର୍ମ ସାରିବା ପରେ ନିହାର ଘର ଭିତରେ ଫ୍ୟାନରେ ରଶି ଲଗାଇ ଦେଇଥିଲେ। ସେତେବେଳେ ତାଙ୍କ ପତ୍ନୀ ଗାଧୋଇବାକୁ ଯାଇଥିଲେ। ସେ ବାଥ୍‌ରୁମ୍‌ରୁ ଫେରି ଦେଖନ୍ତି ଯେ ସ୍ୱାମୀ ଝୁଲି ରହିଛି। ଏହା ପରେ ସେ ଚିତ୍କାର କରିଥିଲେ। ପଡ଼ୋଶୀମାନେ ଆସି ରଶି କାଟି ନିହାରଙ୍କୁ ତଳକୁ ଓହ୍ଲାଇଥିଲେ ଓ ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କର ଦୁଇ ଜଣ ଝିଅ ଅଛନ୍ତି। ସେମାନେ ନାବାଳିକା। ଏ ବାବଦରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇପାରିନାହିଁ।