Advertisment

ସ୍କୁଲ୍‌ରେ ବିଦ୍ୟୁତ୍‌ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଜୟପୁର (ଓଡ଼ିଶା ରିପୋର୍ଟର): ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଦିଗାପୁର ସରକାରୀ ଆବାସିକ ବିଦ୍ୟାଳୟରେ। ମୃତ ଛାତ୍ରୀଙ୍କ ନାଁ ସବିତା ମାଠପଡ଼ିଆ। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାଷ୍ଟ ଲାଇଟ୍‌ ପୋଲ୍‌କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ […]

ସ୍କୁଲ୍‌ରେ ବିଦ୍ୟୁତ୍‌ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

School

Advertisment

ଜୟପୁର (ଓଡ଼ିଶା ରିପୋର୍ଟର): ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଦିଗାପୁର ସରକାରୀ ଆବାସିକ ବିଦ୍ୟାଳୟରେ।

Advertisment

ମୃତ ଛାତ୍ରୀଙ୍କ ନାଁ ସବିତା ମାଠପଡ଼ିଆ। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାଷ୍ଟ ଲାଇଟ୍‌ ପୋଲ୍‌କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଲେ। କିଛି ପିଲା ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ସବିତାଙ୍କୁ ଉଦ୍ଧାର କରାଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe