/odisha-reporter/media/media_files/2026/02/05/police-2026-02-05-13-52-10.jpg)
ନୟାଗଡ଼ ରିଜର୍ଭ ପୁଲିସରେ କାର୍ଯ୍ୟ କରୁଥିବା ଏପିଆର କନଷ୍ଟେବଳ ସୁନୀଲ ସେଠୀ ନିଜ ସର୍ଭିସ ପିସ୍ତଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।
Advertisment
୨୦୨୩ରେ ପୁଲିସ ବିଭାଗରେ ନିଯୁକ୍ତି ପାଇଥିଲେ ସୁନୀଲ। ତାଙ୍କ ଘର ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡ଼ାଝୋଲା ପଂଚାୟତ ବେରୁଆବାରି ଗାଁରେ।
ଆଜି ସକାଳେ ସୁନୀଲଙ୍କ ଗୁଳିବିଦ୍ଧ ମୃତଦେହ ପୁଲିସ ବାରାକର ଛାତ ଉପରେ ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ ଓ ଅନ୍ୟ ପୁଲିସ ଅଧିକାରୀ।
Advertisment
ନୟାଗଡ଼ ଏସ୍ପି କହିଛନ୍ତି, ଏପିଆର କନଷ୍ଟେବଳ ସୁନୀଲ ସେଠୀ ତାଙ୍କ ସର୍ଭିସ ପିସ୍ତଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳର ଯାଞ୍ଚ କରାଯାଇଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଦୀର୍ଘ ଦିନରୁ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଯୁବତୀ ଜଣଙ୍କ ତାଙ୍କର ସଂପର୍କୀୟ। ସେଥିପାଇଁ ସେମାନଙ୍କ ସଂପର୍କକୁ ସୁନୀଲ ସେଠୀଙ୍କ ପରିବାର ଲୋକେ ଗ୍ରହଣ କରିବାକୁ ରାଜି ନଥିଲେ। ସେମାନେ ଏହାକୁ ବିରୋଧ କରୁଥିଲେ। ଏହି କଥାକୁ ନେଇ ସେ (ସୁନୀଲ ସେଠୀ) ବହୁତ ଚିନ୍ତିତ ଥିଲେ।
ଏସ୍ପି କହିଛନ୍ତି, ତାଙ୍କ ମୋବାଇଲ ଫୋନ୍ରୁ ଆମକୁ କିଛି ମେସେଜ ମିଳିଛି। ସେଗୁଡ଼ିକରୁ ଜଣାପଡ଼ିଛି ଯେ ସେ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଯୁବତୀଙ୍କୁ ସେ ସେହି ମେସେଜଗୁଡ଼ିକୁ ପଠାଇବା ପରେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ମେସେଜଗୁଡ଼ିକର ମଧ୍ୟ ଆଗକୁ ତଦନ୍ତ ହେବ। ଏହି ଘଟଣାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ସେ ଲୋନ୍ କରିଥିବା କଥା ଯାହା କୁହାଯାଉଛି, ସେ ଦିଗରେ ବି ତଦନ୍ତ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
