Advertisment

Death: ଡ୍ୟୁଟିରେ ଥିବାବେଳେ ଟଳି ପଡ଼ିଲେ କନଷ୍ଟେବଲ

ସେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ କାର୍ଯ୍ୟ କରୁଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଆଜି ଉଲୁଣ୍ଡାରେ ଏକ ରାଲିରେ ତାଙ୍କର ଡ୍ୟୁଟି ପଡ଼ିଥିଲା।

Home Guard

ମୃତ କନଷ୍ଟେବଲ

Advertisment

ଡ୍ୟୁଟିରେ ଥିବା ସମୟରେ ଜଣେ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସରୋଜ କୁମାର ପ୍ରଧାନ।

Advertisment

ସେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ ନିଯୁକ୍ତ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସେ କାର୍ଯ୍ୟ କରୁଥିଲେ। 

ଆଜି ଉଲୁଣ୍ଡାରେ ଏକ ରାଲିରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଡ୍ୟୁଟିରେ ଥିବା ସମୟରେ ହଠାତ୍‌ ସେ ତଳେ ପଡ଼ି ଅଚେତ ହୋଇଯାଇଥିଲେ।

Advertisment

ତାଙ୍କୁ ଉଦ୍ଧାର କରାଯାଇ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ବୁଧବାର ରାତିରେ ଭୁବନେଶ୍ୱରରେ ଜଣେ ମହିଳା ହୋମ୍‌ଗାର୍ଡ ବିଷ ପିଇ ଆତ୍ମହତ୍ୟା କରିଥିଲେ। ତାଙ୍କ ନାଁ ସୁଜାତା କର। ତାଙ୍କୁ ୨୯ ବର୍ଷ ହୋଇଥିଲା। ୬/୭ ମାସ ତଳେ ହୃଦଘାତରେ ତାଙ୍କ ସ୍ୱାମୀଙ୍କର ପରଲୋକ ହୋଇଥିଲା। ସ୍ୱାମୀଙ୍କୁ ଝୁରି ଝୁରି ସେ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ପୁଅଟି ଦିବ୍ୟାଙ୍ଗ।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe