Advertisment

Girl Child: ପୁଅବୋହୂ ନାଁରେ ମା’ର ସାଂଘାତିକ ଅଭିଯୋଗ, ଏକ ମାସର ନାତୁଣୀକୁ ବିକ୍ରି କରି ଦେଇଛନ୍ତି ନହେଲେ ମାରି ଦେଇଛନ୍ତି

ସାବିତ୍ରୀ ଏତଲାରେ ଲେଖିଛନ୍ତି ଯେ ତାଙ୍କ ଘରେ ତାଙ୍କ ବୋହୂର ମା’ ରହୁଛନ୍ତି। ତାଙ୍କର ସନ୍ଦେହ ହେଉଛି ଯେ ତାଙ୍କ ପୁଅବୋହୂ ଓ ବୋହୂର ମା’ ମିଶି ଯୋଜନାବଦ୍ଧ ଭାବେ ଶିଶୁ କନ୍ୟାଟିକୁ ବିକ୍ରି କରି ଦେଇଛନ୍ତି ଅବା ମାରି ଫିଙ୍ଗି ଦେଇଛନ୍ତି।

OLD WOMAN
Advertisment

ଏକ ମାସର ଶିଶୁ କନ୍ୟାକୁ ତା’ ବାପାମାଆ ବିକ୍ରି କରି ଦେଇଥିବା ବା ମାରି ଫିଙ୍ଗି ଦେଇଥିବା ନେଇ ମଙ୍ଗଳବାର ତା’ ଜେଜେମା’ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୁର ଗାଁରେ।

Advertisment

ଗାଁର ୫୫ ବର୍ଷୀୟ ସାବିତ୍ରୀ ଦାସ ଭଣ୍ଡାରିପୋଖରୀ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଗତକାଲି (୧୨.୧.୨୬) ସକାଳ ସାଢ଼େ ୯ଟାରେ ତାଙ୍କ ପୁଅ ସିପୁ ଦାସ ଓ ବୋହୂ ରୀନା ଦାସ ସେମାନଙ୍କର ଏକ ମାସର ଶିଶୁ କନ୍ୟାକୁ ଡାକ୍ତରଖାନା ନେଉଛନ୍ତି କହି ଘରୁ ବାହାରି ଯାଇଥିଲେ। ରାତି ୮ଟା ବେଳକୁ ତାଙ୍କ ପୁଅବୋହୂ ଘରକୁ ଫେରିଥିଲେ। କିନ୍ତୁ ସେମାନଙ୍କ ସହିତ ସେମାନଙ୍କର ଏକ ମାସର ଶିଶୁ କନ୍ୟା ନଥିଲା। ନାତୁଣୀ କୁଆଡ଼େ ଗଲା ବୋଲି ସେ ପଚାରିଥିଲେ। ଏହା ଶୁଣି ପୁଅବୋହୂ ତାଙ୍କୁ ଗାଳିଗୁଲଜ କରିବା ସହିତ କହିଥିଲେ- ‘ଆମ ଛୁଆକୁ ଆମେ କ’ଣ କଲୁ, ତୋର କ’ଣ ଗଲା’। ଏହା ସତ୍ତ୍ୱେ ସେ ପୁଣି ନାତୁଣୀ କଥା ପଚାରିବାରୁ ଦୁହେଁ ତାଙ୍କୁ ପିଟିବାକୁ ବାଡ଼ି ଓ ଠେଙ୍ଗା ବାହାର କରିଥିଲେ। 

ସାବିତ୍ରୀ ଏତଲାରେ ଲେଖିଛନ୍ତି ଯେ ତାଙ୍କ ଘରେ ତାଙ୍କ ବୋହୂର ମା’ ରହୁଛନ୍ତି। ତାଙ୍କର ସନ୍ଦେହ ହେଉଛି ଯେ ତାଙ୍କ ପୁଅବୋହୂ ଓ ବୋହୂର ମା’ ମିଶି ଯୋଜନାବଦ୍ଧ ଭାବେ ଶିଶୁ କନ୍ୟାଟିକୁ ବିକ୍ରି କରି ଦେଇଛନ୍ତି ଅବା ମାରି ଫିଙ୍ଗି ଦେଇଛନ୍ତି। 

Advertisment

ସାବିତ୍ରୀଙ୍କ ପଡ଼ୋଶୀ ସୁକାନ୍ତି ଜେନା କହିଛନ୍ତି, ସେମାନେ ଛୁଆଟିକୁ ବିକ୍ରି କରି ଦେଇଛନ୍ତି ବୋଲି ଆମେ ସନ୍ଦେହ କରୁଛୁ। କିଛି ଦିନ ହେଲା ଆମେ ଶୁଣିବାକୁ ପାଉଥିଲୁ ଯେ ସେମାନେ ଛୁଆଟିକୁ ବିକ୍ରି କରିଦେଇ କେଉଁଆଡ଼େ ପଳାଇବେ ବୋଲି ଯୋଜନା କରୁଛନ୍ତି। ଆମେ ପଚାରିବାରୁ ତାଙ୍କ ବୋହୂ କହିଛନ୍ତି ଯେ ସେମାନେ ଛୁଆକୁ ବିକ୍ରି କରି ନାହାନ୍ତି। ସେମାନେ ଛୁଆଟିକୁ ଜଣଙ୍କୁ ଦେଇଛନ୍ତି। କିନ୍ତୁ ସେ ସଂପର୍କିତ କାଗଜପତ୍ର ମାଗିବାରୁ ସେ ଦେଖାଇ ପାରି ନଥିଲେ।

ଅଭିଯୋଗ ପାଇବା ପରେ ଭଣ୍ଡାରିପୋଖରୀ ପୁଲିସର ଏକ ଟିମ ସାବିତ୍ରୀଙ୍କ ପୁଅବୋହୂ ଓ ସମୁଦୁଣୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe