Advertisment

ଡେଲିଭରି ବୟଙ୍କୁ ଅପହରଣ; ମିଳିଲା ଚପଲ, ବ୍ୟାଗ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଛି। ଏହି ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍‌ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା […]

ଅଦ୍ୟତନ ହୋଇଛି
ଡେଲିଭରି ବୟଙ୍କୁ ଅପହରଣ; ମିଳିଲା ଚପଲ, ବ୍ୟାଗ୍‌

Victims

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଛି।

Advertisment

ଏହି ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍‌ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି।

ପତିତପାବନଙ୍କ ପରିବାର ଲୋକେ ଘଟଣା ସଂପର୍କରେ ଧଉଳି ଥାନାରେ ଏତଲା ଦେଇଛନ୍ତି।  ପୁଲିସ୍ ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ଜବତ କରିଛି। ଘଟଣାସ୍ଥଳରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି।

Advertisment

ଅଭିଯୋଗ ଅନୁଯାୟୀ, ଘଟଣାଟି ଗତକାଲି ରାତିର। ରାତି ପ୍ରାୟ ୧୦ଟା ପାଖାପାଖି ଏହି ଘଟଣା ଘଟିଛି। ପତିତପାବନ ଘରକୁ ଫେରୁଥିବା ବେଳେ ତାଙ୍କ ବାଇକ୍ ଖରାପ ହୋଇଥିଲା। ଏନେଇ ସେ ତାଙ୍କ ପତ୍ନୀଙ୍କୁ କହିଥିଲେ ଓ ତାଙ୍କ ପଛରେ କିଛି ମଦୁଆ ଆସୁଥିବାରୁ ତାଙ୍କୁ ଡର ଲାଗୁଥିବା କଥା ମଧ୍ୟ କହିଥିଲେ।

ପତିତପାବନଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ରାତି ୧୦ଟା ୧୫ରେ ତାଙ୍କ ନିକଟକୁ ଏକ ଭଏସ୍ ମେସେଜ୍ ଆସିଥିଲା। ତେବେ ସେ ଦେଖି ନଥିଲେ। ରାତି ପ୍ରାୟ ୨ଟା ବେଳେ ସେ ଭଏସ୍‌ ମେସେଜ୍ ଶୁଣିଥିଲେ। ତାଙ୍କ ସ୍ୱାମୀ ଭଏସ୍ ମେସେଜ୍ ପଠାଇ ତାଙ୍କୁ ଅପହରଣ କରାଯାଇଥିବା କହିଥିଲେ। ତାଙ୍କୁ ଏକ ଅଟୋରେ ବସାଇ ପେଟରେ ଛୁରୀ ରଖି ୪ ଜଣ ଲୋକ ନେଇ ଯାଉଥିବା ସେ କହିଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପାଇଁ ବାହାରି ଯାଇଥିଲେ।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନ ତଳେ ଭୁବନେଶ୍ୱରର ଜୟଦେବ ବିହାରର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଜଗତସିଂହପୁର ଜିଲ୍ଲା ଲୋକ ହୋଇଥିବା ବେଳେ ପାଣ୍ଡରାରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe