Advertisment

Heart Attack: ରୋଗୀ ଦେଖିବା ବେଳେ ଡାକ୍ତରଙ୍କୁ ହୃଦଘାତ, ଚାଲିଗଲା ଜୀବନ

ଡାକ୍ତର ତ୍ରିନାଥ ପାଲ ଆଜି ସକାଳ ପ୍ରାୟ ୮ଟା ବେଳେ ଡାକ୍ତରଖାନାକୁ ଆସିଥିଲେ। ସେ ଓପିଡିର ୭ ନମ୍ବର ରୁମ୍‌ରେ ରୋଗୀ ଦେଖୁଥିଲେ। ସେତେବେଳେ ତାଙ୍କୁ ହୃଦଘାତ ହୋଇଥିଲା। ବାଲେଶ୍ୱର ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

DR PAL

ଡାକ୍ତର ତ୍ରିନାଥ ପାଲ

Advertisment

ଡାକ୍ତରଖାନାରେ ବର୍ହିବିଭାଗ (ଓପିଡି)ରେ ରୋଗୀ ଦେଖୁଥିବା ବେଳେ ହୃଦଘାତରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏହି ଘଟଣା। 

Advertisment

ମୃତ ଡାକ୍ତରଙ୍କ ନାଁ ତ୍ରିନାଥ ପାଲ। ସେ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ। ସେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଥିଲେ।

ଡାକ୍ତର ତ୍ରିନାଥ ପାଲ ଆଜି ସକାଳ ପ୍ରାୟ ୮ଟା ବେଳେ ଡାକ୍ତରଖାନାକୁ ଆସିଥିଲେ। ସେ ଓପିଡିର ୭ ନମ୍ବର ରୁମ୍‌ରେ ରୋଗୀ ଦେଖୁଥିଲେ।

Advertisment

ରୋଗୀ ଦେଖୁଥିବା ବେଳେ ଡାକ୍ତର ପାଲ ଅସୁସ୍ଥ ଅନୁଭବ କରିଥିଲେ। ସୂଚନା ଅନୁଯାୟୀ, ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ସେ ୱାଶ୍‌ ରୁମ୍ ଯାଇଥିଲେ। ୱାଶ୍‌ରୁମ୍‌ରୁ ଆସିବା ପରେ ସେ ଏକ ବେଡ୍‌ରେ ଶୋଇପଡ଼ିଥିଲେ। କଥାବାର୍ତ୍ତା କରିପାରୁ ନଥିଲେ। ତାଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯାଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ପଠାଇ ଦିଆଯାଇଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଲେଶ୍ୱର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।   

ସୁରକ୍ଷା କର୍ମଚାରୀ ପଦ୍ମଲୋଚନ ବିଶ୍ୱାଳ କହିଛନ୍ତି, ରୋଗୀ ଦେଖୁଥିବା ବେଳେ ଅସହଜ ଲାଗିବାରୁ ଡାକ୍ତର ତ୍ରିନାଥ ପାଲ୍ ୱାଶ୍‌ରୁମ୍ ଯାଇଥିଲେ। ସେଠାରୁ ଆସି ସେ ଖଟ ଉପରେ ପଡ଼ିଯାଇଥିଲେ। ତାଙ୍କ ଆଖି ଖୋଲାଥିଲା। କିନ୍ତୁ ସେ କିଛି କହିପାରୁ ନଥିଲେ। ତାଙ୍କ ପାଟିରୁ ଫେଣ ବାହାରୁଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସାଲାଇନ ଓ ଅକ୍ସିଜେନ ଦେଇ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ପଠାଇ ଦିଆଯାଇଥିଲା। ତେବେ ତାଙ୍କର ପରଲୋକ ହୋଇଯାଇଥିଲା। 

ଏହି ଘଟଣାକୁ ନେଇ ନୀଳଗିରି ଡାକ୍ତରଖାନାର କର୍ମଚାରୀମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଦିନକୁ ଦିନ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କିଏ ଜିମ୍‌ରେ ବ୍ୟାୟାମ କଲା ବେଳେ ଟଳିପଡ଼ୁଛନ୍ତି ତ କିଏ ବସ୍‌ ବା କାର ଆଦି ଚଲାଇଲା ବେଳେ। ସାରା ଦେଶରୁ ଏମିତି ଖବର ପ୍ରାୟ ପ୍ରତ୍ୟେକ ଦିନ ଆସୁଛି, ଯାହା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ।  
 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe