ଯାହାକୁ ରଖିବେ ଅନନ୍ତ...

ରାଉରକେଲା : କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତର ପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା ଏକ କାର୍‌ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଦେବା ପରେ କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି। କିନ୍ତୁ ବଡ଼ କଥା ହେଉଛି, ଏଥିରେ ଥିବା ପୂରା ପରିବାର ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାମୀ ,ସ୍ତ୍ରୀ ଓ ତାଙ୍କର ୭ ବର୍ଷର ଝିଅ ରହିଛନ୍ତି। ବିଜୁ […]

r1

r1

Puspanjali Panda
  • Published: Friday, 04 October 2019
  • Updated: 04 October 2019, 05:52 PM IST

Sports

Latest News

ରାଉରକେଲା : କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତର ପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା ଏକ କାର୍‌ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଦେବା ପରେ କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି। କିନ୍ତୁ ବଡ଼ କଥା ହେଉଛି, ଏଥିରେ ଥିବା ପୂରା ପରିବାର ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାମୀ ,ସ୍ତ୍ରୀ ଓ ତାଙ୍କର ୭ ବର୍ଷର ଝିଅ ରହିଛନ୍ତି।

ବିଜୁ ଏକ୍ସପ୍ରେସ୍‌ୱେର କୁତ୍ରା ନିକଟରେ କାର୍‌କୁ ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଓଭରଟେକ୍‌ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

ହେଲେ ପୂରା ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ତିନି ଜଣ କେବଳ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବାବେଳେ ପୁଲିସ ମାମଲାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos