Advertisment

ଯାହାକୁ ରଖିବେ ଅନନ୍ତ...

ରାଉରକେଲା : କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତର ପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା ଏକ କାର୍‌ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଦେବା ପରେ କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି। କିନ୍ତୁ ବଡ଼ କଥା ହେଉଛି, ଏଥିରେ ଥିବା ପୂରା ପରିବାର ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାମୀ ,ସ୍ତ୍ରୀ ଓ ତାଙ୍କର ୭ ବର୍ଷର ଝିଅ ରହିଛନ୍ତି। ବିଜୁ […]

ଯାହାକୁ ରଖିବେ ଅନନ୍ତ...

r1

Advertisment

ରାଉରକେଲା : କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତର ପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା ଏକ କାର୍‌ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଦେବା ପରେ କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଛି। କିନ୍ତୁ ବଡ଼ କଥା ହେଉଛି, ଏଥିରେ ଥିବା ପୂରା ପରିବାର ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରେ ସ୍ୱାମୀ ,ସ୍ତ୍ରୀ ଓ ତାଙ୍କର ୭ ବର୍ଷର ଝିଅ ରହିଛନ୍ତି।

Advertisment

publive-image

ବିଜୁ ଏକ୍ସପ୍ରେସ୍‌ୱେର କୁତ୍ରା ନିକଟରେ କାର୍‌କୁ ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଓଭରଟେକ୍‌ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

ହେଲେ ପୂରା ପରିବାର ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ତିନି ଜଣ କେବଳ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବାବେଳେ ପୁଲିସ ମାମଲାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe