‘ଫିକି’ ଅଧ୍ୟକ୍ଷ ତଥା ଇମ୍ଫା ଏମ୍ଡି ଶୁଭ୍ରକାନ୍ତ ପଣ୍ଡାଙ୍କ ପ୍ରତିନିଧିତ୍ତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ସମେତ ଏହି ପ୍ରତିନିଧି ଦଳରେ ଫିକିର ପୂର୍ବତନ ସଭାପତି ଯୋଗେନ୍ଦ୍ର ମୋଦି, ନୈନାଲାଲ୍ କିଦୱାଇ ଓ ସେକ୍ରେଟାରୀ ଜେନେରାଲ୍ ଶୈଳେଶ ପାଠକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି।
ସାକ୍ଷାତ ଅବସରରେ ଫିକିର ଗୌରବମୟ ଇତିହାସ ଓ ବର୍ତ୍ତମାନ ସମୟରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍ଥାନରେ ଏହା କିପରି କାର୍ଯ୍ୟ କରୁଛି, ସେ ଉପରେ ପ୍ରତିନିଧିମଣ୍ଡଳୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହା ପରେ ରାଷ୍ଟ୍ରପତି ମହୋଦୟା ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।
A FICCI delegation, led by President Mr @subhrakantpanda, met the Hon’ble President of India (@rashtrapatibhvn) Smt Droupadi Murmu today and apprised her of the organisation’s rich legacy & multifarious contribution. The Hon’ble President of India shared her insights and gave… pic.twitter.com/S3sVsev1B7
— FICCI (@ficci_india) May 22, 2023
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।