Advertisment

କ୍ୟାରମ ଖେଳୁଥିଲେ ଫାୟାରମ୍ୟାନ୍‌, ହଠାତ୍‌ ଛାତରୁ ଡେଇଁ ପଡ଼ିଲେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ସାଥୀଙ୍କ ସହ କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଉଠି ପଳାଇଲେ। ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ହଠାତ୍‌ ଏପରି ଚରମ ପଦକ୍ଷେପ ନେଇ ଆତ୍ମହତ୍ୟା କରିଛନ୍ତି ଫାୟାରମ୍ୟାନ ଜୟନ୍ତ ଧାରୁଆ। । ଜୟନ୍ତ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ହେଲେ ହଠାତ୍‌ ସେ କ’ଣ ପାଇଁ ଏପରି ପଦକ୍ଷେପ ଉଠାଇଲେ ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, […]

author-image
Niharika Rout
କ୍ୟାରମ ଖେଳୁଥିଲେ ଫାୟାରମ୍ୟାନ୍‌, ହଠାତ୍‌ ଛାତରୁ ଡେଇଁ ପଡ଼ିଲେ

Dead

ଢେଙ୍କାନାଳ(ରାଜଶ୍ରୀ ଶତପଥୀ):  ସାଥୀଙ୍କ ସହ କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଉଠି ପଳାଇଲେ। ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ହଠାତ୍‌ ଏପରି ଚରମ ପଦକ୍ଷେପ ନେଇ ଆତ୍ମହତ୍ୟା କରିଛନ୍ତି ଫାୟାରମ୍ୟାନ ଜୟନ୍ତ ଧାରୁଆ। । ଜୟନ୍ତ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ହେଲେ ହଠାତ୍‌ ସେ କ’ଣ ପାଇଁ ଏପରି ପଦକ୍ଷେପ ଉଠାଇଲେ ତାହା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ,  ଜୟନ୍ତ ପ୍ରାୟ ଦେଢ ବର୍ଷ ହେବ ଗଁନ୍ଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁରରେ ବୋଲି ଜଣାଯାଇଛି।  ଏଠାରେ ସେ ଜଣେ ଶୃଙ୍ଖଳିତ କର୍ମଚାରୀ ରୂପେ ପରିଚିତ ଥିଲେ।  ଗତ ରାତିରେ ସାଥୀ ଷ୍ଟାଫଙ୍କ ସହ କ୍ୟାରମ ଖେଳୁଥିଲେ। ଏହି ସମୟରେ ସେ ହଠାତ ଉଠି ଚାଲି ଯାଇଥିଲେ। ପରେ ଏକ ଶବ୍ଦ ଶୁଣି ସାଥି କର୍ମଚାରୀ ଧାଇଁ ଯାଇଥିଲେ।

ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛାତ କଡ଼ରେ ଜୟନ୍ତ ପଡିଥିବାର ଦେଖି ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ଏନେଇ ଗନ୍ଦିଆ ଫାୟାର ଷ୍ଟେଶନର ଷ୍ଟେଶନ ଅଫିସର ଅକ୍ଷୟ କୁମାର ପ୍ରଧାନ କହିଛନ୍ତି, ଜୟନ୍ତ ଜଣେ ଭଲ କର୍ମଚାରୀ ରୂପେ ଗଣା ହେଉଥିଲା। ଗତ କିଛି ଦିନ ହେବ ସେ ଅନ୍ୟମନସ୍କ ରହୁଥିଲା। ହେଲେ ସେ କିପରି ଓ କେଉଁଠୁ ପଡ଼ିଲା ନା ଅନ୍ୟମନସ୍କ ହେତୁ ଏପରି ଘଟଣା ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।