Advertisment

Accident: କାର ଓ ପିକଅପ ମୁହାଁମୁହିଁ ଧକ୍କା; ଜଣେ ଫରେଷ୍ଟର ମୃତ, ଆଉ ୨ ଗୁରୁତର

ମୃତାହତ ଫରେଷ୍ଟରମାନେ ଟ୍ରେନିଂ ପାଇଁ କାର ଯୋଗେ ଜି.ଉଦୟଗିରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପାପଡ଼ାହାଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

author-image
Jitendra Garnayak
Car

ଦୁର୍ଘଟଣାଗ୍ରସ୍ତ କାର

ପିକ୍‌ଅପ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ଛକ ନିକଟରେ ଭାରତମାଳା ରାସ୍ତାରେ ବୁଧବାର ଘଟିଛି ଏହି ଘଟଣା।  

Advertisment

ମୃତ ଫରେଷ୍ଟରଙ୍କ ନାଁ ଗୁପ୍ତ ପ୍ରସାଦ ମହାନ୍ତି। ସେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଫରେଷ୍ଟ ରେଞ୍ଜରେ ନିଯୁକ୍ତ ହୋଇଥିଲେ। ଗୁରୁତର ଫରେଷ୍ଟରମାନେ ହେଉଛନ୍ତି, କାମାକ୍ଷା ପ୍ରସାଦ ସ୍ୱାଇଁ ଓ ତନୁଜ କୁମାର ପରିଛା।

କାମାକ୍ଷା ପ୍ରସାଦ ସ୍ୱାଇଁ ଉମରକୋଟ ରେଞ୍ଜର ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ତନୁଜ କୁମାର ପରିଛା ଝରିଗାଁ ଫରେଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଗୁରୁତର ଆହତ ଫରେଷ୍ଟର ଦ୍ୱୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। 

Advertisment

ପିକ୍‌ଅପ୍‌ ଭ୍ୟାନ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ବି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତାହତ ଫରେଷ୍ଟରମାନେ ଟ୍ରେନିଂ ପାଇଁ କାର ଯୋଗେ ଜି.ଉଦୟଗିରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇ ପାପଡ଼ାହାଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତିଙ୍କ ମୃତଦେହକୁ ପୁଲିସ ଜବତ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଥିଲା।