Advertisment

ଦୁଃଖ ଦେଇଗଲା ଦରଦି ବନ୍ଧୁ, ତୁ ଏମିତି ଯାଇପାରିବୁନି...

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ପିଲାଟି ଦିନରୁ ଦୁଇଜଣ ସଙ୍ଗାତ ଥିଲେ । ଏକାକୀ ସ୍କୁଲରେ ସାଙ୍ଗ ହୋଇପାଠ ପଢୁଥିଲେ।  ପାଠ ପଢିବା ସହ ଦୁହେଁ ଖୁବ ଭଲ ଚିତ୍ର ମଧ୍ୟ ଆଙ୍କୁଥିଲେ।  ଦୁହେଁ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ହେଲେ ଜଣେ ସାଙ୍ଗ ଚିକିତ୍ସିତ ହୋଇ କରୋନାକୁ ଜିତିଥିବା ବେଳେ ଅ୍ୟ ଜଣେ କରୋନା ସହ ଲଢେଇକରି ହାରିଗଲେ।  ଆଉ ହାରିଯାଇଥିବା ସାଙ୍ଗକୁ ଝୁରି ହେଉଛନ୍ତି ତାଙ୍କ ବନ୍ଧୁ । ଆଉ ଏହି ସାଙ୍ଗ ଜଣକ […]

ଦୁଃଖ ଦେଇଗଲା ଦରଦି ବନ୍ଧୁ, ତୁ ଏମିତି ଯାଇପାରିବୁନି...

7bv

Advertisment

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ପିଲାଟି ଦିନରୁ ଦୁଇଜଣ ସଙ୍ଗାତ ଥିଲେ । ଏକାକୀ ସ୍କୁଲରେ ସାଙ୍ଗ ହୋଇପାଠ ପଢୁଥିଲେ।  ପାଠ ପଢିବା ସହ ଦୁହେଁ ଖୁବ ଭଲ ଚିତ୍ର ମଧ୍ୟ ଆଙ୍କୁଥିଲେ।  ଦୁହେଁ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ହେଲେ ଜଣେ ସାଙ୍ଗ ଚିକିତ୍ସିତ ହୋଇ କରୋନାକୁ ଜିତିଥିବା ବେଳେ ଅ୍ୟ ଜଣେ କରୋନା ସହ ଲଢେଇକରି ହାରିଗଲେ।  ଆଉ ହାରିଯାଇଥିବା ସାଙ୍ଗକୁ ଝୁରି ହେଉଛନ୍ତି ତାଙ୍କ ବନ୍ଧୁ । ଆଉ ଏହି ସାଙ୍ଗ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷୀଣ ନରସିଂହପୁର ପଞ୍ଚାୟତର କାର୍ତ୍ତିକେଶ୍ୱର ବିନ୍ଧାଣୀ । ସାଙ୍ଗ ଦେବ ପ୍ରସାଦଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ମର୍ମାହତ ହୋଇପଡ଼ିଛନ୍ତି କାର୍ତ୍ତିକେଶ୍ୱର।

Advertisment

ପିଲାଟି ଦିନରୁ ଦୁହେଁ ନୀଳଗିରିର ଆରରକେ ହାଇସ୍କୁଲରେ ପାଠ ପଢୁଥିବା ସମୟରୁ ଭଲ ଚିତ୍ର ଆଙ୍କନ୍ତି । ଦୁହେଁ ଏକକୀ ଅନେକ ସ୍ଥାନରୁ ସମ୍ବର୍ଦ୍ଧିତ ବି ହୋଇଥିଲେ। ଦୁହେଁ ଚିତ୍ର କରୁଥିବା ବେଳେ ଅନେକ ରାଜନେତା, ଦେଶଭକ୍ତଙ୍କର ସୁନ୍ଦର ସୁନ୍ଦର ଫଟୋ ଆଙ୍କି ସମ୍ବର୍ଦ୍ଧିତ ହୋଇଥିଲେ। ହେଲେ ସେପଟେମ୍ବର ମାସରେ ଦୁହେଁ ଏକା ସମୟରେ କରୋନାରେ ଆକ୍ରନ୍ତ ହେଲେ।  କାର୍ତ୍ତିକେଶ୍ୱର ବାଲେଶ୍ୱରରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ । ହେଲେ ଗୋଟିଏ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦେବ ପ୍ରସାଦ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ପଠାଯାଇଥିଲା।  ହେଲେ ସେ ଆଉ ଘରକୁ ଫେରିନଥିଲେ।

କରୋନା ତାଙ୍କୁ ସବୁଦିନ ପାଇଁ  ଛଡାଇନେଇଥିଲା । ଏବେ ତାଙ୍କୁ ମନେପକାଇ ଝୁରି ହେଉଛନ୍ତି କାର୍ତ୍ତିକେଶ୍ୱର।  ସାଙ୍ଗର ମୃତ୍ୟୁକୁ ବିଶ୍ୱାସ କରୁପାରୁନଥିବା କାର୍ତ୍ତିକେଶ୍ୱର ସାଙ୍ଗର ସେହି ଅଭୁଲା ସ୍ମୃତିକୁ ନିଜ କଲମରେ ଆଙ୍କିଛନ୍ତି କାର୍ତ୍ତିକେଶ୍ୱର।  ମନରେ ଭାବୁଛନ୍ତି ସତରେ କଣ ଦେବ ପ୍ରସାଦ ଆଉ ଫେରିବ ?  ଏବିଶ୍ୱାସ ତାଙ୍କର ନଥିଲେ ବି ଚିତ୍ରରେ ଭୋଳି ହେଉଛନ୍ତି ତାଙ୍କୁ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe