Advertisment

ଗୀତ ଗାଇ କରୋନା ସମ୍ପର୍କରେ ସଚେତନ କରୁଛନ୍ତି ବର୍ଷା

ଯାଜପୁର(ଗୁଲାମ ଗସ୍‌): କରୋନାକୁ ନେଇ ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏଥିସହ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ କୁହାଯାଉଛି। ଏହାସହ ବ୍ୟାନର, ପୋଷ୍ଟର  ଓ ବିଜ୍ଞାପନ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛିl ଏପରି ସ୍ଥିତିରେ ବାହାରେ ଘେରାଏ ବୁଲି ଆସିବାକୁ ଲୋକେ ନାନା ବାହାନା ଖୋଜୁଥିବା ବେଳେ ସେମାନଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ଜଣେ ଛାତ୍ରୀ।  ତାଙ୍କ ନାଁ ବର୍ଷାରାଣୀ ପ୍ରଧାନ। ଘର […]

ଗୀତ ଗାଇ କରୋନା ସମ୍ପର୍କରେ ସଚେତନ କରୁଛନ୍ତି ବର୍ଷା

jajpur

Advertisment

ଯାଜପୁର(ଗୁଲାମ ଗସ୍‌): କରୋନାକୁ ନେଇ ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏଥିସହ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ କୁହାଯାଉଛି। ଏହାସହ ବ୍ୟାନର, ପୋଷ୍ଟର  ଓ ବିଜ୍ଞାପନ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛିl

Advertisment

ଏପରି ସ୍ଥିତିରେ ବାହାରେ ଘେରାଏ ବୁଲି ଆସିବାକୁ ଲୋକେ ନାନା ବାହାନା ଖୋଜୁଥିବା ବେଳେ ସେମାନଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ଜଣେ ଛାତ୍ରୀ।  ତାଙ୍କ ନାଁ ବର୍ଷାରାଣୀ ପ୍ରଧାନ। ଘର ଯାଜପୁର ଜିଲ୍ଳା ରାଇଛନ୍ଦ ଗାଁରେ। ବର୍ଷାରାଣୀ ଭୁବନେଶ୍ୱର ସଂଗୀତ ମହାବିଦ୍ୟାଳୟର ଛାତ୍ରୀ । ସେ ନିଜେ ଗୀତ ଲେଖି ତାକୁ ସଂଗୀତର ସ୍ୱରରେ ସଜାଇ ଲୋକଙ୍କୁ ସଚେତନ କରୁଛନ୍ତି ।

 ଯାଜପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗାଁ ଗାଁ ବୁଲି ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଛି। ଆଉ ଏହି ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସହ ସାମିଲ ହୋଇଛନ୍ତି ବର୍ଷାରାଣୀ ପ୍ରଧାନ। 

Advertisment

ତିନି ଦିନ ହେବ ସେ ଧର୍ମଶାଳା ବ୍ଲକ୍‌ର  ୫୦ରୁ ଅଧିକ ଗାଁ ବୁଲି ବୁଲି ଗୀତ ଗାଇ ଲୋକଙ୍କୁ କୋରନା ସମ୍ପର୍କରେ ସଚେତନ କରି ସାରିଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe