Advertisment

ଅଭିନବ ବିଦାୟ ସମ୍ବର୍ଦ୍ଧନା, ଏସପିଙ୍କୁ କାନ୍ଧେଇ ନାଚିଲେ

କଳାହାଣ୍ଡି(ଓଡ଼ିଶା ରିପୋର୍ଟସ): ଡିଜେ ବାଜିଲା। ଡିଜେର ତାଳେ ତାଳେ ନାଚିଲେ ପୁଲିସ କର୍ମଚାରୀ। କର୍ମଚାରୀଙ୍କ କାନ୍ଧରେ ବସିଥିଲେ ପୁଲିସ ଏସପି। ଏସପିଙ୍କୁ କାନ୍ଧରେ ବସାଇ ଯେତିକି ବାଟ ଯାଇଥିଲେ। ତାହା ଠାରୁ ବଡ଼ ହୋଇଥିଲା ବାଇକ୍ ରାଲି। ଯାହା ପୂରା ସହର ବୁଲିଥିଲା। ଆଜି କଳାହାଣ୍ଡି ଏସ୍‌ପି ଡଃ . ଶ୍ରବଣ ବିବେକ ଏମ୍‌ଙ୍କୁ ଏଭଳି ଅଭିନବ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, କଳାହାଣ୍ଡି ଏସ୍‌ପି ଡଃ […]

ଅଦ୍ୟତନ ହୋଇଛି
ଅଭିନବ ବିଦାୟ ସମ୍ବର୍ଦ୍ଧନା, ଏସପିଙ୍କୁ କାନ୍ଧେଇ ନାଚିଲେ

sp

Advertisment

କଳାହାଣ୍ଡି(ଓଡ଼ିଶା ରିପୋର୍ଟସ): ଡିଜେ ବାଜିଲା। ଡିଜେର ତାଳେ ତାଳେ ନାଚିଲେ ପୁଲିସ କର୍ମଚାରୀ। କର୍ମଚାରୀଙ୍କ କାନ୍ଧରେ ବସିଥିଲେ ପୁଲିସ ଏସପି। ଏସପିଙ୍କୁ କାନ୍ଧରେ ବସାଇ ଯେତିକି ବାଟ ଯାଇଥିଲେ। ତାହା ଠାରୁ ବଡ଼ ହୋଇଥିଲା ବାଇକ୍ ରାଲି। ଯାହା ପୂରା ସହର ବୁଲିଥିଲା। ଆଜି କଳାହାଣ୍ଡି ଏସ୍‌ପି ଡଃ . ଶ୍ରବଣ ବିବେକ ଏମ୍‌ଙ୍କୁ ଏଭଳି ଅଭିନବ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।

Advertisment

ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, କଳାହାଣ୍ଡି ଏସ୍‌ପି ଡଃ . ଶ୍ରବଣ ବିବେକ ଏମଙ୍କୁ ବ୍ରହ୍ମପୁର ଏସ୍‌ପି ଭାବରେ ବଦଳି କରାଯାଇଛି। ତେଣୁ କଳାହାଣ୍ଡି ପୁଲିସ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏସପିଙ୍କ ବାସଭବନରୁ ଏକ ବାଇକ୍ ଶୋଭାଯାତ୍ରା ନଗର ପରିକ୍ରମା କରି ପୁଲିସ୍ ରିଜର୍ଭ ଛକରେ ପହଞ୍ଚିଥିଲା। ସେଠାରେ ଏସ୍‌ପିଙ୍କୁ କାନ୍ଧରେ ବସାଇ ପୁଲିସ୍‌ କର୍ମଚାରୀମାନେ ନାଚି ଥିଲେ। ଏହି ସମୟରେ ଡିଜେ ବାଜିଥିଲା। ବାଣ ବି ଫୁଟିଥିଲା। ଡିଜେ ତାଳରେ ସମସ୍ତେ ମତୁଆଲା ହୋଇ ନିଜର ପ୍ରିୟ ଏସପିଙ୍କୁ ଶୁଭେଚ୍ଛା ଦେଇଥିଲେ। ପରେ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏସପି ବି ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ପ୍ରଥମ ଥର ପାଇଁ ଜଣେ ପୁଲିସ୍ ଏସପିଙ୍କୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଭଳି ନିଆର ସମ୍ବର୍ଦ୍ଧନା ଜଣାଇଛନ୍ତି।

ଶ୍ରବଣ ବିବେକ ଏମ ବର୍ଷେରୁ ଅଧିକ ଦିନ ହେବ କଳାହାଣ୍ଡିରେ ଏସପି ଭାବରେ କାର୍ଯ୍ୟଭାର ତୁଲାଉଥିଲେ। ଜନସାଧାରଣଙ୍କ ସହ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ତାଙ୍କ ସମ୍ପର୍କ ଖୁବ୍ ନିବିଡ଼ ରହିଥିଲା। ମାଓ ଅପରେସନରେ ସେ ସ୍ଥାନୀୟ ଲୋକ ଓ ବିଭାଗୀୟ କର୍ମଚାରୀଙ୍କ ସହ ବେଶୀ ଘନିଷ୍ଟ ହୋଇଥିଲେ। ତେଣୁ ଏହି ସ୍ମୃତିରେ ତାଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡ଼ିଛି। ତେଣେ ବିଦାୟ ନେବା ପରେ ସେ ବ୍ରହ୍ମପୁରରେ ପହଞ୍ଚି ସଠାର ଏସପି ଦାୟିତ୍ୱ ନେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe