ପୁଲିସ୍ ଗାଡ଼ି ଧକ୍କାରେ ଚାଲିଗଲା ଜିଆର୍‌ଏସ୍‌ଙ୍କ ଜୀବନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୁଲିସ୍ ଗାଡ଼ି ଧକ୍କାରେ ଜଣେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାଲାରାଜୁ ସାହୁ। ସେ ନାଏକଗୁଡ଼ା ପଞ୍ଚାୟତରେ ଜିଆର୍‌ଏସ୍‌ ଭାବେ କାର୍ଯ୍ୟ କରୁଥିଲେ। ଏଥିରେ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ପୁଲିସ୍ କର୍ମଚାରୀମାନେ ପଙ୍ଗାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା […]

police-bolero

police-bolero

Jitendra Garnayak
  • Published: Tuesday, 08 September 2020
  • Updated: 08 September 2020, 06:20 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୁଲିସ୍ ଗାଡ଼ି ଧକ୍କାରେ ଜଣେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାଲାରାଜୁ ସାହୁ। ସେ ନାଏକଗୁଡ଼ା ପଞ୍ଚାୟତରେ ଜିଆର୍‌ଏସ୍‌ ଭାବେ କାର୍ଯ୍ୟ କରୁଥିଲେ।

ଏଥିରେ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।

ପୁଲିସ୍ କର୍ମଚାରୀମାନେ ପଙ୍ଗାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମାଥିଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos