/odisha-reporter/media/media_files/2026/02/11/teacher-2026-02-11-16-54-09.jpg)
ଗିରଫ ଶିକ୍ଷକ
ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସଂପର୍କ ରଖିବା ଓ ଏ କଥା ପ୍ରଘଟ କଲେ ମାରି ଦେବାକୁ ଧମକ ଦେବା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ହଳଦୀକୁଦର ହାଇସ୍କୁଲର ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇଙ୍କୁ ଗିରଫ କରିଛି ପୁଲିସ।
Advertisment
ଛାତ୍ରୀ ଜଣଙ୍କ ଲହୁଣୀପଡ଼ା ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଆଧାର କାର୍ଡ ସଂଶୋଧନ କରିବା ବାହାନାରେ ସାହିତ୍ୟ ଶିକ୍ଷକ ତାପସ କୁମାର ବଢ଼େଇ ତାଙ୍କୁ ଗତ ବର୍ଷ ଏପ୍ରିଲ ମାସରେ ବାଇକରେ ବଣାଇର ଏକ ଜନ ସେବା କେନ୍ଦ୍ରକୁ ନେଇଥିଲେ। ସେଠାରୁ ଫେରିବା ବେଳେ ଶିକ୍ଷକ ତାପସ କୁମାର ବଢ଼େଇ ତାଙ୍କୁ ସୁଆରପାଲି ନେଇ ଥିଲେ। ସୁପାରପାଲିରେ ସେ ଘର ଭଡ଼ା ନେଇ ରହନ୍ତି। ସେହି ଘରେ ଶିକ୍ଷକ ତାପସ କୁମାର ବଢ଼େଇ ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।
ଏତିକିରେ ଶେଷ ହୋଇ ନଥିଲା ଏହି ନାବାଳିକା ପ୍ରତି ଶିକ୍ଷକଙ୍କ ନିର୍ଯାତନା। ଛାତ୍ରୀ ଜଣଙ୍କ ଏତଲାରେ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ତାପସ କୁମାର ବଢ଼େଇ ସେହି ଭଡ଼ା ଘରେ ଭିନ୍ନ ଭିନ୍ନ ଦିନରେ ତାଙ୍କ ସହିତ ୪/୫ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ସ୍କୁଲର ଲାଇବ୍ରେରୀ ରୁମ୍ରେ କେହି ନଥିବା ବେଳେ ୪/୫ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଏ ବିଷୟରେ କାହାକୁ ନ କହିବାକୁ ତାଙ୍କୁ ଧମକ ଦେଇଥିଲେ ଶିକ୍ଷକ ତାପସ କୁମାର ବଢ଼େଇ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
