Advertisment

୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରୁ ଆସିଛି ଆର୍ଥିକ ଅନିୟମିତତା ଅଭିଯୋଗ। ଜଣେ ମହିଳା କିରାଣି ଅଫିସ୍ ଆକାଉଣ୍ଟରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଚନ୍ଦନା ମଣ୍ଡଳ। ଚନ୍ଦନା ଡାବୁଗାଁ ତହସିଲ ଅଫିସ୍‌ରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିବା ବେଳେ ଅଫିସ୍‌ ଆକାଉଣ୍ଟରୁ ୬୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ନେଇ ତହସିଲଦାର ସନ୍ଧ୍ୟାରାଣୀ […]

ଅଦ୍ୟତନ ହୋଇଛି
୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ

Sub-Collector

Advertisment

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରୁ ଆସିଛି ଆର୍ଥିକ ଅନିୟମିତତା ଅଭିଯୋଗ। ଜଣେ ମହିଳା କିରାଣି ଅଫିସ୍ ଆକାଉଣ୍ଟରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଚନ୍ଦନା ମଣ୍ଡଳ।

Advertisment

ଚନ୍ଦନା ଡାବୁଗାଁ ତହସିଲ ଅଫିସ୍‌ରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିବା ବେଳେ ଅଫିସ୍‌ ଆକାଉଣ୍ଟରୁ ୬୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ନେଇ ତହସିଲଦାର ସନ୍ଧ୍ୟାରାଣୀ ସମରଥ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଚନ୍ଦନାଙ୍କୁ ଡକାଇ ଥାନାରେ ପଚରାଉଚରା କରିଥିଲା। ତେବେ ପଚରାଉଚରା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ପ୍ରଥମେ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସେଠାରୁ କରୋନାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରୋଇତ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଚନ୍ଦନା ମଣ୍ଡଳ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଏହା ସହିତ ଏହି ଆର୍ଥିକ ଅନିୟମିତତା ଘଟଣାକୁ ପ୍ରଶାସନ ପକ୍ଷରୁ ଅତି ଗୁରୁତର ସହିତ ନେଇଛି ଓ ଚନ୍ଦନା ମଣ୍ଡଳକୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତା’ସହିତ ଏହି ଘଟଣାରେ ତାଙ୍କ ସହିତ ଆଉ କେହି ସମ୍ପୃକ୍ତ ଅଛନ୍ତି ନା ନାହିଁ, ତା’ର ବି ତଦନ୍ତ କରାଯାଉଛି।

Advertisment
Money Laundering
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe