Advertisment

ବଢ଼ିଯାଇଛି ବିଞ୍ଚଣାର ଭାଉ

ବାତ୍ୟା ଫୋନି ପାଇଁ ରାଜଧାନୀରୁ କିଛି ଦିନ ହେବ ହଜି ଯାଇଥିବା କରେଣ୍ଟ୍ ଆଜି ବିଞ୍ଚଣାର ଦାମ୍ ବଢ଼ାଇ ଦେଇଛି। ଗୋଟିଏକୁ ୫୦ ଟଙ୍କା। ବିଭିନ୍ନ ଛକରେ ବିକ୍ରି ହେଉଛି ବିଞ୍ଚଣା। ବାଟରେ ଯାଉଥିବା ଲୋକେ କିଛି ସମୟ ସେଠି ଛିଡ଼ା ହେଉଛନ୍ତି। ବିଞ୍ଚଣା କିଣୁଛନ୍ତି। ଦାମ ୫୦ ଟଙ୍କା ଶୁଣିଲା ବେଳକୁ ସମସ୍ତଙ୍କୁ ଟିକିଏ ଅଧିକ ଲାଗୁଛି। ହେଲେ ଆଜି ସମୟରେ ୫୦ ଟଙ୍କା କାହିଁକି ବା ନ ହେବ? ତାଳପତ୍ରକୁ ଗଛରୁ ଆଣ, ତାକୁ ଶୁଖାଅ, ବାଉଁଶ […]

ଅଦ୍ୟତନ ହୋଇଛି
ବଢ଼ିଯାଇଛି ବିଞ୍ଚଣାର ଭାଉ

Handmade

Advertisment

ବାତ୍ୟା ଫୋନି ପାଇଁ ରାଜଧାନୀରୁ କିଛି ଦିନ ହେବ ହଜି ଯାଇଥିବା କରେଣ୍ଟ୍ ଆଜି ବିଞ୍ଚଣାର ଦାମ୍ ବଢ଼ାଇ ଦେଇଛି। ଗୋଟିଏକୁ ୫୦ ଟଙ୍କା। ବିଭିନ୍ନ ଛକରେ ବିକ୍ରି ହେଉଛି ବିଞ୍ଚଣା। ବାଟରେ ଯାଉଥିବା ଲୋକେ କିଛି ସମୟ ସେଠି ଛିଡ଼ା ହେଉଛନ୍ତି। ବିଞ୍ଚଣା କିଣୁଛନ୍ତି। ଦାମ ୫୦ ଟଙ୍କା ଶୁଣିଲା ବେଳକୁ ସମସ୍ତଙ୍କୁ ଟିକିଏ ଅଧିକ ଲାଗୁଛି। ହେଲେ ଆଜି ସମୟରେ ୫୦ ଟଙ୍କା କାହିଁକି ବା ନ ହେବ? ତାଳପତ୍ରକୁ ଗଛରୁ ଆଣ, ତାକୁ ଶୁଖାଅ, ବାଉଁଶ ନଳ ଏବଂ କାଠ ସଜ କର। ବିଞ୍ଚଣା ବୁଣ, ସେଥିରେ ରଙ୍ଗ ଦିଅ ଆଉ ସବୁ ପରେ ତା ପାଇଁ ବଜାର ଖୋଜ...

 ପଢ଼ନ୍ତୁ ବାତ୍ୟା ପରେ ରାଜଧାନୀରେ ବିକ୍ରି ହେଉଥିବା ବିଞ୍ଚଣା ଏବଂ ଏହାର ଏକ କାହାଣୀ।

Advertisment

ଭୁବନେଶ୍ୱର (ଜଗମୋହନ ମହାରଣା): ଆଜିର ଯନ୍ତ୍ରବତ ମଣିଷଟି ବୋଧ ହୁଏ ନିଜ ମାନସପଟରୁ କାହୁଁ କେତେଦିନରୁ ହଜେଇ ଦେଇ ସାରିବଣି, ଏହାର ଖୁଲେଇ ଖୁଲେଇ ପବନ, ଆଉ ବାଉଁଶ ନଳି ଭିତରୁ ଶୁଭୁଥିବା କେଁ କଟର ଶବ୍ଦ।

ଏସି, କୁଲର, ଫ୍ୟାନ ଇତ୍ୟାଦିର ବେ-ଲଗାମ ପବନ ଭିତରେ ଆଜି ବଞ୍ଚୁଥିବା ଆମେମାନେ ବୋଧହୁଏ ଏହାର ବ୍ୟବହାର କୌଶଳଟିକୁ ବି ଭୁଲିଯିବାଣି। ଆଉ ବର୍ତ୍ତମାନର ବାଳୁତ ପିଢ଼ିଟି ବିଞ୍ଚଣା ବୋଲି ଗୋଟିଏ ଚିଜ୍ ଅଛି ଏବଂ ଏହା ଆମମାନଙ୍କୁ ସୁନ୍ଦର ଶୀତଳ ପବନ ଟିକିଏ ବି ଦେଇପାରେ, ତାହା ତା ପାଇଁ କିଛି ଅର୍ଥ ରଖେନି ବୋଧହୁଏ।

Advertisment

publive-image

ଆଜିର ତତା ଖରାରେ କଳ୍ପନାଛକ, ମାଷ୍ଟର କ୍ୟାଣ୍ଟିନ୍, ଓଏମପି ଛକ, ବକ୍ସି ବଜାର, ଛତ୍ର ବଜାର ଆଦି ଯାଗାମାନଙ୍କରେ ବସି ତାଳପାତ୍ର ବୁଣା ବିଞ୍ଚଣା ବିକୁଥିବା ମାଉସୀଟି ପାଖରେ ସମସ୍ତେ ଟିକିଏ ଗାଡ଼ି ରଖି ପଚାରି ଦେଉଛନ୍ତି। ବିଞ୍ଚାଣିଟି କେତେ ଟଙ୍କା? ମାଉସୀ ଯେତେବେଳେ କହୁଛି ୫୦ ଟଙ୍କାରେ ଗୋଟେ, ୨ଟି ନେଲେ ୪୫ ଟଙ୍କା କରିଦେବି, ୯୦ ଟଙ୍କା ଦବ ନିଅ। ସେତିକି ବେଳକୁ ନାକଟିକୁ ଫୁଲେଇ ରେଟ୍ ପସନ୍ଦ ନ ହେବାର ଭଙ୍ଗିଟି କାଢି ବିଞ୍ଚଣାଟିକୁ ଦୁଇ ଖୁନ୍ଦା ବୁଲେଇ ଦେଇ ଫେରି ଯାଉଛି ଆଜିର ମଣିଷଟି। ଆଉଜଣେ ଚାଲାକ୍ ମଣିଷ କହୁଛି, ତମେ ସିନା ସେଇ ବଡ଼ ବଡ଼ିଆଙ୍କ ପାଇଁ ରେଟ୍ ଚଢ଼େଇକି ନବ, ହେଲେ ମୁଁ କଣ ଜାଣିନି ଆମ ଗାଁରେ ପା ଏଇଟା ବିଣା ହାଡ଼ି ବୋଉ ମାଣେ ଚାଉଳରେ ଦେଉଛି। ମତେ କଣ ଠକୁଛୁ?

publive-image
ବଡ଼ ବିଚିତ୍ର ଆମେମାନେ। ଆମେ ରାଜଧାନୀବାସୀ। ଦୁଇ ଚାରିଦିନ ଘରେ ଆଲୁଅ ରହିଲାନାହିଁ ବୋଲି ପିଲା ଛୁଆଙ୍କୁ ଧରି ଲୁଗାପଟା କୁଣ୍ଢେଇ ହୋଟେଲ୍‌ ବୁକ୍‌ କରିବାକୁ ବାହାରି ପଡ଼ିଲୁ। ଏବେ ଏବେ ଖବର ବାହାରିଥିଲା କାଳେ ରାଜଧାନୀରେ ରହୁଥିବା ଅତି ବଡ଼ବଡ଼ିଆ ମାନେ ହୋଟେଲ୍‌ ମାଲିକଙ୍କୁ କହୁଥାଆନ୍ତି ଯେତେ ଟଙ୍କା ନେଉଛ ପଛେ ନିଅ କିନ୍ତୁ ଆମକୁ ଏସି ଥିବା ରୁମ୍‌ ଟିଏ ଦିଅ।

ଯେଉଁଠି ଏସି ରୁମ୍‌ର ଦାମ୍ ଅତି କମ୍‌ରେ ୩ ରୁ ୪ ହଜାର ଟଙ୍କା ତା’ ସହିତ ଜିଏସ୍‌ଟି ମଧ୍ୟ ରହିଛି, ତାହା ଦେବାକୁ ଆମେ ପ୍ରସ୍ତୁତ। ଆଜିର ମଣିଷ ଏତେ ପଇସା ଦେଇ ନିଜ ଦେହକୁ ଯେମିତି ନ ବାଧିବ, ଗଣ୍ଡିକୁ ଯେମିତି ଖଟଣି ନ ପଡ଼ିବ ତାହା କରିବା ପାଇଁ ପ୍ରସ୍ତୁତ। ହେଲେ ନିଜ ଆଧିପତ୍ୟ ଓ ପ୍ରାଚୁଯ୍ୟ ଭିତରେ ଛୋଟ ଛୋଟ ସୁନ୍ଦର କଥାକୁ ଯେ କେଡ଼େ ନିଷ୍ଠୁର ଭାବେ ହେୟ କରିଯାଉଛେ ସତରେ...

ଯଦି ଆଜି ଏସି କାର୍ ଚଢ଼ି ଯାଉଥିବା ସମ୍ଭ୍ରାନ୍ତ ମଣିଷଟି ବିଞ୍ଚଣାଟିଏ କିଣି ନେଇଥାଆନ୍ତା ବୋଧହୁଏ ସେ ତାକୁ କିଛି ଦିନ ବା ମାସ ବ୍ୟବହାର କରି ପାରିଥାଆନ୍ତା। ଘରେ ନିଜ ଛୋଟ ପିଲାଙ୍କୁ ବିଞ୍ଚଣା ବାବଦରେ ଶହେ ପଦ କଥା ଶିଖେଇ ପାରିଥାଆନ୍ତି। ତା’ ବେଳେ ବିଞ୍ଚଣାର ମହତ୍ୱ କେମିତି ଥିଲା ସେ ବାବଦରେ କାହାଣୀଟିଏ ବି କହି ପାରିଥାଆନ୍ତା।
କିନ୍ତୁ ହାଏରେ ବିଧାତା...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe