Advertisment

ଛୁଟି ଦେଲେନି ହେଡ୍‌ସାର୍, ବିଷ ପିଇଲେ ଶିକ୍ଷୟିତ୍ରୀ !

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଛୁଟି ଦେଲେନି ପ୍ରଧାନଶିକ୍ଷକ। ମନଇଚ୍ଛା ବିଭିନ୍ନ ଛୁଟିଦିନମାନଙ୍କରେ ଡକାଇ ମାନସିକ ନିର୍ଯାତନା ଦେଲେ। ଏଥିରେ ଅତିଷ୍ଠ ହୋଇ ସ୍କୁଲରେ ମଶାମରା ଲିକ୍ୟୁଇଡ୍ ପିଇ ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଆଙ୍କୁଲା ପଞ୍ଚୁପଲ୍ଲୀ ସୋମନାଥ ହାଇସ୍କୁଲରେ ଘଟିଛି ଏହି ଘଟଣା।  ଅବସ୍ଥା ଗୁରୁତର ହେବାରୁ ଏହି ଶିକ୍ଷୟିତ୍ରୀଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ସମସ୍ତଙ୍କ ଅଜ୍ଞାତରେ ଆଜି ସ୍କୁଲରେ […]

ଅଦ୍ୟତନ ହୋଇଛି
ଛୁଟି ଦେଲେନି ହେଡ୍‌ସାର୍, ବିଷ ପିଇଲେ ଶିକ୍ଷୟିତ୍ରୀ !

posion

Advertisment

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଛୁଟି ଦେଲେନି ପ୍ରଧାନଶିକ୍ଷକ। ମନଇଚ୍ଛା ବିଭିନ୍ନ ଛୁଟିଦିନମାନଙ୍କରେ ଡକାଇ ମାନସିକ ନିର୍ଯାତନା ଦେଲେ। ଏଥିରେ ଅତିଷ୍ଠ ହୋଇ ସ୍କୁଲରେ ମଶାମରା ଲିକ୍ୟୁଇଡ୍ ପିଇ ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଆଙ୍କୁଲା ପଞ୍ଚୁପଲ୍ଲୀ ସୋମନାଥ ହାଇସ୍କୁଲରେ ଘଟିଛି ଏହି ଘଟଣା।  ଅବସ୍ଥା ଗୁରୁତର ହେବାରୁ ଏହି ଶିକ୍ଷୟିତ୍ରୀଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ମୁତାବକ, ସମସ୍ତଙ୍କ ଅଜ୍ଞାତରେ ଆଜି ସ୍କୁଲରେ ଏହି ଶିକ୍ଷୟିତ୍ରୀ ମଶାମରା ଲିକ୍ୟୁଇଡ୍‌ ପିଇବା ପରେ ଅପରାହ୍ନ ପ୍ରାୟ ୧ଟା ବେଳକୁ ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ସ୍କୁଲର ଅନ୍ୟ ଶିକ୍ଷକମାନେ ପଚାରିବା ପରେ ଘଟଣା ଜଣାପଡ଼ିଥିଲା। ପରେ ତାଙ୍କୁ ଡାକ୍ତରଖାନା ନେଇଥିଲୋ।

ଏଭଳି ପଦକ୍ଷେନ ନେବା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ। ଯାହା ତାଙ୍କ ନିକଟରୁ ମିଳିଛି। ଏଥିରେ ପ୍ରଧାନଶିକ୍ଷକ ତାଙ୍କୁ ଛୁଟି ଦେଉ ନ ଥିବା ଓ ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଥିଲେ।

Advertisment

ଏହି ନୋଟ୍‌ରେ ସେ ଲେଖିଛନ୍ତି, ''ମୋର ସ୍ୱାଧୀନତା କିଛି ନାହିଁ ! ସର୍ଭିସ୍ କରୁଛି, ସରଭେଣ୍ଟ ନୁହେଁ। ଘର ଠାରୁ ଦୂରେଇ ରହୁଛି, ତା' ମାନେ ନୁହେଁ ଯେ, ମୋର ଘର ନାହିଁ। ସମସ୍ତଙ୍କର କିଛି ନା କିଛି ନିଜସ୍ୱ କାମ ଥାଏ ବା ଦେହ ଖରାପ ହୁଏ। ସେଥିପାଇଁ CL ନିଅନ୍ତି। ମୋର ବି ଥିଲା ସେଥିପାଇଁ CL ମାଗିଥିଲେ।  କହିଲେ କ'ଣ ନା 'you have no right to avail CL, ମୋର ଇଛା ହେଲେ ଦେବି, ନହେଲେ ନାହିଁ। ମୁଁ school HM, Higher authority, I can order anything; I can call you on sunday, Sunday is not a holiday for you.

ଏହା ଆଜିର କଥା ନୁହେଁ, ଦୀର୍ଘ ଦିନ ଧରି ଚାଲି ଆସୁଛି। ମୁଁ ଜାଣି ନାହିଁ କ'ଣ ପାଇଁ। ଆଉ ସହି ହେଉନାହିଁ। ବାସ୍, ଆଉ ନୁହେଁ। ଭାବୁଛି କ'ଣ କରିବି।

Suggest me. PlZ…………………………………..God.''

ତେବେ ଏନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ କିମ୍ବା ଗୁରୁତର ଥିବା ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe