Advertisment

Loot: ଫେଲ୍ ମାରିଲା ଚତୁର ଚୋରର ଚାଲ୍‌

ବଜାରରୁ କିଣିଲା ନକଲି ସୁନା ଚେନ୍। ତା’ପରେ ଦୋକନକୁ ଗଲା। ସୁନା ଚେନ୍ କିଣିବା ବାହାନାରେ ନକଲି ସୁନା ଚେନ୍‌କୁ ଥୋଇଦେଲା ଓ ନୂଆ ସୁନା ଚେନ୍ ନେଇ ପଳାଇଥିଲା। ହେଲେ ସୁନା ଦୋକାନୀଙ୍କର ସନ୍ଦେହ ହୋଇଥିଲା ଓ ଚୋର ଧରାପଡ଼ିଥିଲା।

author-image
Jitendra Garnayak
Lootera

ବଜାରରୁ କିଣିଲା ନକଲି ସୁନା ଚେନ୍। ତା’ପରେ ଦୋକନକୁ ଗଲା। ସୁନା ଚେନ୍ କିଣିବା ବାହାନାରେ ନକଲି ସୁନା ଚେନ୍‌କୁ ଥୋଇଦେଲା ଓ ନୂଆ ସୁନା ଚେନ୍ ନେଇ ପଳାଇଥିଲା। ହେଲେ ସୁନା ଦୋକାନୀଙ୍କର ସନ୍ଦେହ ହୋଇଥିଲା ଓ ଚୋର ଧରାପଡ଼ିଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ବଜାରରେ ଘଟିଛି ଏହି ଘଟଣା। ଆଉ ଚୋରି ବେଳର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ଅଭିଯୁକ୍ତଙ୍କ ନାଁ ସନ୍ତୋଷ ବେହେରା। ତାଙ୍କ ଘର ସିମୁଳିଆ ଥାନା ବାଘୁଆ ଗାଁରେ। ଚତୁର ସନ୍ତୋଷ ସୁନା ଦୋକାନରୁ ଚୋରି କରିବାର ଏକ ଚମତ୍କାର ଆଇଡିଆ ନେଇ ଆସିଥିଲେ। ଏଥିପାଇଁ ସେ ପୂର୍ବରୁ ବଜାରରୁ କିଣିଥିଲେ ଏକ ନକଲି ସୁନା ଚେନ। ସେଇ ନକଲି ସୁନାଚେନ ଧରି ପଶିଥିଲେ ସିମୁଳିଆର ଅଡ଼ା ବଜାରରେ ଥିବା ଏକ ଗହଣା ଦୋକାନରେ। ସେଠାରେ ସେ ଦୋକାନୀଙ୍କୁ ମାଗିଥିଲେ ଠିକ୍ ତାଙ୍କ ପାଖରେ ରଖିଥିବା ନକଲି ଚେନ୍ ପରି ଏକ ସୁନାଚେନ୍। ଆଉ ଅସଲି ସୁନାଚେନ୍ ଦେଖୁଥିବା ବେଳେ ମୌକା ଦେଖି ପକେଟରେ ରଖିଥିବା ନକଲି ଚେନ୍‌କୁ ବାହାର କରି ସୁନା ଦୋକାନର ଟେବୁଲ ଉପରେ ଥୋଇ ଦେଇଥିଲେ ଓ ଅସଲି ସୁନାଚେନ୍ ନେଇ ବାହାରି ଯାଇଥିଲେ ଭଦ୍ର ଗ୍ରାହକଙ୍କ ପରି।

ଚତୁର ସନ୍ତୋଷ ଚତୁରତାର ସହ ଅସଲି ସୁନାଚେନ ପକେଟରେ ଭର୍ତ୍ତି କରି ପଳେଇଯିବା ପରେ ହିଁ ଦୋକାନୀଙ୍କର ସନ୍ଦେହ ହେଇଥିଲେ। ତେଣୁ ସେ ସନ୍ତୋଷ ଦେଖୁଥିବା ଚେନଟିକୁ ଯାଞ୍ଚ କରିଥିଲେ। ତାହା ନକଲି ସୁନାଚେନ୍ ବୋଲି ସେ ଜାଣିପାରିଥିଲେ। ସେ ସନ୍ତୋଷଙ୍କୁ ଧରି ପୁଲିସକୁ ଖବର ଦେଇଥିଲେ। ପ୍ରଥମେ ସନ୍ତୋଷ ମାନି ନଥିଲେ। କିନ୍ତୁ ଲୋକମାନେ ପଚରା ପଚାରି କରି ଅସଲି ଚେନକୁ ତା’ ନିକଟରୁ ପାଇଥିଲେ।