Advertisment

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ଯାଜପୁର (ଅଭୟ ପତି): ଶ୍ୱଶୁରକୁ ହାଣି ମାରି ଦେଲା ବୋହୂ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ପବନା ହାତୀ। ତାଙ୍କ ବୋହୂଙ୍କ ନା ରୁପା ହାତୀ। ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ବିଲରେ କାମ କରୁଥିବା ବେଳେ ପ୍ରଥମେ ରୁପା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ପରେ ଶ୍ୱଶୁର ପବନାଙ୍କ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

Dead Body

ଯାଜପୁର (ଅଭୟ ପତି): ଶ୍ୱଶୁରକୁ ହାଣି ମାରି ଦେଲା ବୋହୂ। ଏଭଳି ଏକ ଘଟଣା ଘଟିଛି ଯାଜପୁରଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁରେ।

Advertisment

ମୃତ ବ୍ୟକ୍ତିଙ୍କ ନାଁ ପବନା ହାତୀ। ତାଙ୍କ ବୋହୂଙ୍କ ନା ରୁପା ହାତୀ। ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗତକାଲି ବିଲରେ କାମ କରୁଥିବା ବେଳେ ପ୍ରଥମେ ରୁପା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ପରେ ଶ୍ୱଶୁର ପବନାଙ୍କ ସହିତ ରୁପାଙ୍କର ଝଗଡ଼ା ହୋଇଥିଲା।

Advertisment

ସନ୍ଧ୍ୟାରେ ସମସ୍ତେ ଘରକୁ ଫେରିଥିଲେ। ଏହା ପରେ ରୁପା ତାଙ୍କ ବାପ ଘରକୁ ଯିବେ ବୋଲି କହିଥିଲେ। ତାଙ୍କୁ ନେଇ ବାପ ଘରେ ଛାଡ଼ି ଆସିବାକୁ ରୁପା ତାଙ୍କ ସ୍ୱାମୀଙ୍କୁ କହିଥିଲେ। ତେବେ ତାଙ୍କ ସ୍ୱାମୀ ମନା କରିବାକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏହି ଘଟଣାର କିଛି ସମୟ ପରେ ଘର ବାରଣ୍ଡାରେ ବସି ମୃଦଙ୍ଗ ବଜାଉଥିବା ଶ୍ୱଶୁର ପବନା ହାତୀଙ୍କୁ ରୁପା ଏକ ଟାଙ୍ଗିଆରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେ ପବନାଙ୍କୁ ପଛପଟୁ ଆକ୍ରମଣ କରିଥିଲେ ଓ ତାଙ୍କ ବେକରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପବନାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ଖବର ପାଇ ପାଣିକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଧିକ ତଦନ୍ତ ନିମନ୍ତେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଛି। ଅଭିଯୁକ୍ତ ରୁପା ହାତୀ ଫେରାର ଥିବା ବେଳେ ଏହି ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Honour Killing