ମା’କୁ କାଠ ଫାଳିଆରେ ପିଟିବା ପରେ ତଣ୍ଟି ଚିପି ମାରିଦେଲା ପୁଅ। ନୟାଗଡ଼ ଜିଲ୍ଲା ଗଣିଆ ଥାନା କଳାସିମିଳି ଗାଁରେ ଘଟିଛି ଏହି ଘଟଣା।
ମୃତ ମହିଳାଙ୍କ ନାଁ ସୁକାନ୍ତି ଦେଇ। ତାଙ୍କ ସ୍ୱାମୀଙ୍କ ନାଁ ରବୀନ୍ଦ୍ର ବାରିକ। ଅଭିଯୁକ୍ତ ତଥା ସେମାନଙ୍କ ପୁଅ ନାଁ କୁନା ବାରିକ।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ନିଶା ଖାଇ ୨୬ ବର୍ଷୀୟ କୁନା ଅନେକ ସମୟରେ ତା’ ମା’କୁ ପିଟାମରା କରେ। ମଦ ଖାଇବାକୁ ମା’କୁ ଟଙ୍କା ମାଗେ। ମା’ ଟଙ୍କା ନଦେଲେ ତାଙ୍କୁ ମାଡ଼ ମାରିଥାଏ।
ସୁକାନ୍ତିଙ୍କ ସ୍ୱାମୀ ରବୀନ୍ଦ୍ର ବାରିକ ଘରେ ରହନ୍ତି ନାହିଁ। ସେ ଖଣ୍ଡପଡ଼ାରେ ରହି କାମ କରନ୍ତି। ସୁକାନ୍ତି ଘରେ ପୁଅ କୁନା ସହିତ ରହୁଥିଲେ। କୁନା ବିବାହିତ। ଭଲ ପାଇ ବାହା ହୋଇଥିଲେ। ହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଦେଇଛନ୍ତି।
ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ କୁନା ତାଙ୍କ ମା’ ସୁକାନ୍ତିଙ୍କୁ ପିଟି ଥିଲେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ପରେ ରାତିରେ ସେ ତାଙ୍କ ମା’ଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ କହିଛି ଯେ ସୁକାନ୍ତିଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ବାପା ରବୀନ୍ଦ୍ର ବାରିକଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ କୁନା ବାରିକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/10/police-2026-01-10-17-10-58.jpg)