Advertisment

Murder: ପୁଅକୁ ଛୁରୀ ଭୁଷି ମାରିଦେଲା ବାପା, ପୁଲିସ୍‌କୁ ଦୋଷ ଦେଲେ ପରିବାର ଲୋକେ

ବିଭୂତି ନିଶାସକ୍ତ ଅବସ୍ଥାରେ ଘରେ ପାଟିତୁଣ୍ଡ କରିବା ସହ ପୁଅ କ୍ଷୀରୋଦଙ୍କୁ ମାରିବା ପାଇଁ ଇଟା ଓ ପଥର ଆଦି ଫୋପାଡ଼ିଥିଲେ। ଏ ନେଇ କ୍ଷୀରୋଦ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ପୁଲିସ ଏହି ଅଭିଯୋଗକୁ ହାଲକା ଭାବେ ନେଇ କୌଣସି ତତ୍ପରତା ଦେଖାଇ ନଥିଲା ।

Khirod1
Advertisment

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ କ୍ଷୀରୋଦ ସାହୁ। ତାଙ୍କ ବାପା ତଥା ଅଭିଯୁକ୍ତଙ୍କ ନାଁ ବିଭୂତି ସାହୁ। 

Advertisment

ଗତକାଲି କୌଣସି କାରଣକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ବିଭୂତି ନିଶାସକ୍ତ ଅବସ୍ଥାରେ ଘରେ ପାଟିତୁଣ୍ଡ କରିବା ସହ ପୁଅ କ୍ଷୀରୋଦଙ୍କୁ ମାରିବା ପାଇଁ ଇଟା ଓ ପଥର ଆଦି ଫୋପାଡ଼ିଥିଲେ। ଏ ନେଇ କ୍ଷୀରୋଦ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ପୁଲିସ ଏହି ଅଭିଯୋଗକୁ ହାଲକା ଭାବେ ନେଇ କୌଣସି ତତ୍ପରତା ଦେଖାଇ ନଥିଲା ।

ଆଜି ବିଭୂତି ପୁଅ କ୍ଷୀରୋଦକୁ ଏକ ଛୁରୀରେ ଭୁଷି ଦେଇଥିଲେ। ପରିବାର ଲୋକେ କ୍ଷୀରୋଦଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କ୍ଷୀରୋଦଙ୍କ ମୃତ୍ୟୁ ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରିଥିଲେ। 

Advertisment

ପୁଲିସର ଅବହେଳା ଯୋଗୁ କ୍ଷୀରୋଦଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’ ଓ ଭାଇ। ପୁଲିସ ଯଦି ବିଭୂତିଙ୍କ ବିରୋଧରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତା, ତା’ହେଲେ ଏମିତି ଘଟି ନଥାଆନ୍ତା ବୋଲି ସେମାନେ କହିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe