Advertisment

ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ

ନୂଆପଡ଼ା(ମାୟାଧର ସରାଫ):  ଛତିଶଗଡ଼ର ଗରିଆବନ୍ଧ ପୁଲିସ୍ ହୀରା ଚୋରାଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ଛତିଶଗଡ ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି ଯେ,  ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରାଚାଲାଣ ହେଉଥିବା ଖବର ପାଇ ଗତ ୫ ତାରିଖରେ ଓଡିଶା ସୀମାରେ ଦେଭୋଗ ଥାନା ପୁଲିସ୍‌ ଆଗରୁ ଜଗି ରହିଥିଲା । ବାଇକ୍‌ରେ ଆସୁଥିବା ଜନୈକ ବ୍ୟକ୍ତିଙ୍କୁ ତଲାସି ପରେ ତାଙ୍କ ପାଖରୁ ୧୭୧ ଖଣ୍ତ ହୀରା […]

author-image
Niharika Rout
ଅଦ୍ୟତନ ହୋଇଛି
ବାଇକ୍‌ରେ ନେଇ ଯାଉଥିଲେ ୧୭୧ ଖଣ୍ତ ହୀରା, ଧରା ପଡ଼ିଗଲେ

nuapada

ନୂଆପଡ଼ା(ମାୟାଧର ସରାଫ):  ଛତିଶଗଡ଼ର ଗରିଆବନ୍ଧ ପୁଲିସ୍ ହୀରା ଚୋରାଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି।

Advertisment

publive-image

ଛତିଶଗଡ ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି ଯେ,  ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରାଚାଲାଣ ହେଉଥିବା ଖବର ପାଇ ଗତ ୫ ତାରିଖରେ ଓଡିଶା ସୀମାରେ ଦେଭୋଗ ଥାନା ପୁଲିସ୍‌ ଆଗରୁ ଜଗି ରହିଥିଲା । ବାଇକ୍‌ରେ ଆସୁଥିବା ଜନୈକ ବ୍ୟକ୍ତିଙ୍କୁ ତଲାସି ପରେ ତାଙ୍କ ପାଖରୁ ୧୭୧ ଖଣ୍ତ ହୀରା ଜବତ କରାଯାଇଥିଲା । ଯାହାର ବଜାର ମୂଲ୍ୟ ୨୫ ଲକ୍ଷ ହେବ ।

ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ନୂତନ ପଟେଲ ବୋଲି ଏସପି ଜଣାଇଛନ୍ତି । ତାଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରା ଯାଇଛି । ହେଲେ ଏହି ହୀରା କେଉଁଠିକୁ ଯାଉଥିଲା, ଏହା ପଛରେ ରାକେଟ ଅଛି କି ନାହିଁ ସେ ସମ୍ପର୍କରେ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି।

Advertisment
Smuggling