nuapada
ନୂଆପଡ଼ା(ମାୟାଧର ସରାଫ): ଛତିଶଗଡ଼ର ଗରିଆବନ୍ଧ ପୁଲିସ୍ ହୀରା ଚୋରାଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି।
/odisha-reporter/media/post_attachments/wp-content/uploads/2020/09/nuapada-2.jpg)
ଛତିଶଗଡ ଗରିଆବନ୍ଧ ଏସପି ଭୋଜରାମ ପଟେଲ ଜଣାଇଛନ୍ତି ଯେ, ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରାଚାଲାଣ ହେଉଥିବା ଖବର ପାଇ ଗତ ୫ ତାରିଖରେ ଓଡିଶା ସୀମାରେ ଦେଭୋଗ ଥାନା ପୁଲିସ୍ ଆଗରୁ ଜଗି ରହିଥିଲା । ବାଇକ୍ରେ ଆସୁଥିବା ଜନୈକ ବ୍ୟକ୍ତିଙ୍କୁ ତଲାସି ପରେ ତାଙ୍କ ପାଖରୁ ୧୭୧ ଖଣ୍ତ ହୀରା ଜବତ କରାଯାଇଥିଲା । ଯାହାର ବଜାର ମୂଲ୍ୟ ୨୫ ଲକ୍ଷ ହେବ ।
ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ନୂତନ ପଟେଲ ବୋଲି ଏସପି ଜଣାଇଛନ୍ତି । ତାଙ୍କୁ ଗିରଫ କରି ଗତକାଲି କୋର୍ଟଚାଲାଣ କରା ଯାଇଛି । ହେଲେ ଏହି ହୀରା କେଉଁଠିକୁ ଯାଉଥିଲା, ଏହା ପଛରେ ରାକେଟ ଅଛି କି ନାହିଁ ସେ ସମ୍ପର୍କରେ ପୁଲିସ୍ ଖୋଳତାଡ଼ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/nuapada.jpg)