Advertisment

ଓଡ଼ିଶା ଟେଲିଭିଜନ ନେଟୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗ; ଜଣେ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଟେଲିଭିଜନ ନେଟୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗରେ ନିରଞ୍ଜନ ସେନାପତି  ନାମକ ଯୁବକ ଗିରଫ ହୋଇଛନ୍ତି। ନିରଞ୍ଜନଙ୍କ ଘର ଖୋର୍ଦ୍ଧାରେ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ଗିରଫ କରିଛି। ପୁଲିସ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିରଞ୍ଜନ ବାରମ୍ବାର ଓଟିଭି ନେଟୱର୍କର ବିଭିନ୍ନ କଣ୍ଟେଣ୍ଟ ଚୋରି କରୁଥିଲେ। ବିନା ଅନୁମତିରେ କଣ୍ଟେଣ୍ଟ ନେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ପକାଉଥିଲେ। OTNର ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରୁ ମଧ୍ୟ କଣ୍ଟେଣ୍ଟ ନେଇଯାଉଥିଲେ ନିରଞ୍ଜନ। […]

ଅଦ୍ୟତନ ହୋଇଛି
ଓଡ଼ିଶା ଟେଲିଭିଜନ ନେଟୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗ; ଜଣେ ଗିରଫ

otv

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଟେଲିଭିଜନ ନେଟୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗରେ ନିରଞ୍ଜନ ସେନାପତି  ନାମକ ଯୁବକ ଗିରଫ ହୋଇଛନ୍ତି। ନିରଞ୍ଜନଙ୍କ ଘର ଖୋର୍ଦ୍ଧାରେ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ଗିରଫ କରିଛି।

Advertisment

ପୁଲିସ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିରଞ୍ଜନ ବାରମ୍ବାର ଓଟିଭି ନେଟୱର୍କର ବିଭିନ୍ନ କଣ୍ଟେଣ୍ଟ ଚୋରି କରୁଥିଲେ। ବିନା ଅନୁମତିରେ କଣ୍ଟେଣ୍ଟ ନେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ପକାଉଥିଲେ। OTNର ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରୁ ମଧ୍ୟ କଣ୍ଟେଣ୍ଟ ନେଇଯାଉଥିଲେ ନିରଞ୍ଜନ। ଏହାଦ୍ୱାରା ଓଡ଼ିଶା ଟେଲିଭିଜନ ଲିମିଟେଡର ଭୀଷଣ ରାଜସ୍ୱ କ୍ଷତି ହେଉଥିଲା।

କପି ରାଇଟ ଉଲ୍ଲଂଘନ ନେଇ ଏ ସଂପର୍କରେ ଓଡ଼ିଶା ଟେଲିଭିଜନ ଲିମିଟେଡ ପକ୍ଷରୁ ଇନଫୋସିଟି ଥାନାରେ ଏତଲା ହୋଇଥିଲା। OTV ନାଁରେ ଗୁଜବ, ଫେକ୍ ନ୍ୟୁଜ କରୁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ୍‌।

Advertisment
Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe