/odisha-reporter/media/post_attachments/uploads/2020/08/bear.jpg)
bear
ନୀଳଗିରି (ବିଶ୍ୱମ୍ବର ଦାସ): ଶ୍ୱଶୁର ଘରକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ଜ୍ୱାଇଁ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଲେ ଛବି ସିଂ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ଚତୁରିଖୁଣ୍ଟା ଅଞ୍ଚଳରେ।
Advertisment
ଛବି ନିଜ ଶଶୁର ଘର ଡେଙ୍ଗାସାହିକୁ କିଛି ଦିନ ହେବ ଯାଇଥିଲେ। ଆଜି ସକାଳେ ସେ ନିକଟ ବିଲକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ସହ କିଛି ସମୟ ତାଙ୍କର ଧସ୍ତାଧସ୍ତି ଚାଲିଥିଲା। ଏହି ସମୟରେ ଏକ କୁକୁର ଆସି ଭୁକିବାରୁ ଭାଲୁଟି ଜଙ୍ଗଲକୁ ପଳାଇଥିଲା। ଛବିଙ୍କର ଶରୀରରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
