/odisha-reporter/media/post_attachments/uploads/2022/10/Untitled-1-57.jpg)
jajpur
ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଗାଁ ନିକଟ ନିର୍ମାଣଧୀନ ପାର୍କରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଡୁବୁରୀ ଗାଁର ମାୟା ବେହେରାଙ୍କ ପୁଅ ଅଜୁ ବେହେରା।
Advertisment
ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଅଜୁଙ୍କ ସହ ପରିବାର ଲୋକଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଅଜୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ରାତିରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଆଜି ସକାଳେ ଗାଁ ନିକଟସ୍ଥ ନିର୍ମାଣାଧୀନ ପାର୍କର ଏକ ଗଛରୁ ଅଜୁଙ୍କ ମୃତଦେହ ଝୁଲିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ପାରିବାରିକ କଳହକୁ କେନ୍ଦ୍ରକୁ ନେଇ ଅଜୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
