Advertisment

ସାପ ଖେଳାଉଥିବା ବେଳେ ଚୋଟ ମାରିଲା ନାଗ

ଜଳେଶ୍ୱର(ଅଜିତ କୁମାର ଦାସ): ମହଙ୍ଗା ପଡ଼ିଲା ନାଗ ସହ ଖେଳିବା। ଏହି ସମୟରେ ଜଣେ ସାପୁଆ କେଳାକୁ ନାଗ ସାପ କାମୁଡ଼ି ଦେଇଛି। ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ମାସ ୨୮ ତାରିଖ ଦିନ ସାପୁଆ କେଳା ରଞ୍ଜନ ନାୟକ କୃଷ୍ଣନଗର ଗାଁରେ ସାପ ଖେଳାଇବା ବେଳେ ତାଙ୍କର ବାମ ହାତକୁ ସାପ କାମୁଡି ଦେଇଥିଲା। ତୁରନ୍ତ ଲୋକେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ […]

author-image
Puspanjali Panda
ସାପ ଖେଳାଉଥିବା ବେଳେ ଚୋଟ ମାରିଲା ନାଗ

bite

ଜଳେଶ୍ୱର(ଅଜିତ କୁମାର ଦାସ): ମହଙ୍ଗା ପଡ଼ିଲା ନାଗ ସହ ଖେଳିବା। ଏହି ସମୟରେ ଜଣେ ସାପୁଆ କେଳାକୁ ନାଗ ସାପ କାମୁଡ଼ି ଦେଇଛି। ଜଳେଶ୍ୱର ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁରେ ଏହି ଘଟଣା ଘଟିଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ମାସ ୨୮ ତାରିଖ ଦିନ ସାପୁଆ କେଳା ରଞ୍ଜନ ନାୟକ କୃଷ୍ଣନଗର ଗାଁରେ ସାପ ଖେଳାଇବା ବେଳେ ତାଙ୍କର ବାମ ହାତକୁ ସାପ କାମୁଡି ଦେଇଥିଲା।

ତୁରନ୍ତ ଲୋକେ ତାଙ୍କୁ ମେଡିକାଲ ଯିବାକୁ କହିଥିଲେ କିନ୍ତୁ ସେ ଯାଇନଥିଲା, ବରଂ କାମୁଡ଼ା ସ୍ଥାନରେ ଚେରମୂଳି ଲଗାଇବା ସହ ସାପ କାମୁଡିଥିବା ହାତକୁ ରଶିରେ ବାନ୍ଧି ଚାଲିଯାଇଥିଲା ସେଠାରୁ ଯିବାର ଏକ କିଲୋମିଟର ଦୂରତାରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା।

Advertisment

publive-image

ପରେ ସ୍ଥାନୀୟ ଲୋକେ ବନ ବିଭାଗ ଏବଂ ପୁଲିସକୁ ଖବର ଦେଇଥିଲେ। ବନ ବିଭାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରଞ୍ଜନ ନାୟକଙ୍କ ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲା।

ସାପୁଆ କେଳା ରଞ୍ଜନ ସାପ ଖେଳାଇବା ସମୟରେ ସାପ ଚୋଟ ମାରିବା ଓ ତାଙ୍କ ମୃତଦେହର ଭିଜୁଆଲ୍‌ ଭାଇରାଲ୍‌ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି।