Advertisment

ପିପିଲି ବଜାରରେ ଯୁବକଙ୍କୁ ଗୁଳିମାଡ଼

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ। ତାଙ୍କ ନାମ ସନାତନ ପ୍ରଧାନ। ତାଙ୍କ ଘର ପିପିଲି ଥାନା ଉଜାଣିପଡ଼ା ଗ୍ରାମରେ। ତାଙ୍କ ଜଙ୍ଘରେ ବାଜିଛି ଗୁଳି। ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା […]

ଅଦ୍ୟତନ ହୋଇଛି
ପିପିଲି ବଜାରରେ ଯୁବକଙ୍କୁ ଗୁଳିମାଡ଼

fiiring

Advertisment

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଜଣେ ଯୁବକ। ତାଙ୍କ ନାମ ସନାତନ ପ୍ରଧାନ। ତାଙ୍କ ଘର ପିପିଲି ଥାନା ଉଜାଣିପଡ଼ା ଗ୍ରାମରେ। ତାଙ୍କ ଜଙ୍ଘରେ ବାଜିଛି ଗୁଳି। ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Advertisment

ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ପିପିଲି କଲେଜର ଜଣେ ଛାତ୍ରୀଙ୍କୁ କେମଣ୍ଟ ମରାଯିବାକୁ ନେଇ ରହିଥିବା ପୂର୍ବ ଶତ୍ରୁତା ଗୁଳିକାଣ୍ଡର କାରଣ ବୋଲି ଜଣାପଡ଼ିଛି। କମେଣ୍ଟମରା ଘଟଣାକୁ ନେଇ ଦୁଇ ପକ୍ଷ ଭିତରେ ବଚସା, ହାତାହାତି ପରେ ମାମଲା ପିପିଲି ଥାନାକୁ ଯାଇଥିଲା। ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ଭିତରେ କଳହ ଦେଖାଦେଇଥିଲା। ପ୍ରଶାସନ ପକ୍ଷରୁ ଏହି ମାମଲାରେ ଶାନ୍ତି କମିଟି ବୈଠକ ହେବାର ଥିଲା। ମାତ୍ର ବୈଠକ ସ୍ଥଗିତ ରହିଥିବା ବେଳେ ଆଜି ସନାତନ ପିପିଲି ବଜାରକୁ କିଛି ଜିନିଷ କିଣିବାକୁ ଆସିଥିଲେ। ଏହି ସମୟରେ ତାଙ୍କୁ ଅପରପକ୍ଷର ଜଣେ ଯୁବକ ଅଟକାଇଥିଲେ ଓ ନିଜର ସହଯୋଗୀଙ୍କୁ ଡକାଇ ଥିଲେ। ଉକ୍ତ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସନାତନଙ୍କ ଗୁଳି ମାରିଥିଲେ, ଯାହା ତାଙ୍କ ଜଙ୍ଘରେ ବାଜିଥିଲା। ଏହି ସମୟରେ ପାଟ୍ରୋଲିଂରେ ଯାଉଥିବା ପୁଲିସ ଗାଡ଼ି ଅଟକି ଥିଲା। ପୁଲିସକୁ ଦେଖି ଗୁଳିକାଣ୍ଡ ଘଟାଇଥିବା ଯୁବକମାନେ ଫେରାର ହୋଇଯାଇଥିଲେ। ପୁଲିସ କର୍ମଚାରୀମାନେ ତୁରନ୍ତ ଗୁଳିମାଡ଼ରେ ଆହତ ହୋଇଥିବା ସନାତନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

Advertisment

ଏହି ଘଟଣା ପରେ ପିପିଲିରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଗୁଳିକାଣ୍ଡ ଘଟାଇଥିବା ଯୁବକଙ୍କୁ ଧରିବାକୁ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe