କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ୱାର୍ଡ ନମ୍ବର ୧୩ର ଗୋପବନ୍ଧୁ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ମୋହନ ହଂସଙ୍କ ପୁଅ ସନ୍ତୋଷ ହଂସ।
ସୋମବାର ରାତିରେ ସନ୍ତୋଷ ନିକଟସ୍ଥ ଦୋକାନକୁ ଅଣ୍ଡା କିଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ସନ୍ତୋଷ ନଫେରିବାରୁ ତାଙ୍କ ଭଉଣୀ ଖୋଜିବାକୁ ଯାଇଥିଲେ।
ଗୋପବନ୍ଧୁ ନଗର କେନାଲ ହୁଡ଼ାରେ ଭାଇ ସନ୍ତୋଷଙ୍ ମୃତଦେହ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା।
ଏହି ଘଟଣା ନେଇ ସନ୍ତୋଷଙ୍କ ବାପା ମୋହନ ହଂସ ଧର୍ମଗଡ଼ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/death16-2026-02-10-15-13-59.jpg)